ନୂଆଦିଲ୍ଲୀ: କରୋନା ପ୍ରତିଷେଧକ ଟିକାକରଣ ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୫୧ ଲକ୍ଷକୁ ମାଗଣା କରୋନା ଟିକା ଦିଆଯିବାର ଯୋଜନା ରହିଛି । ଏନେଇ ଦିଲ୍ଲୀ କୋଭିଡ୍ ଟାକ୍ସ ଫୋର୍ସ ସଦସ୍ୟ ମୌଲାନା ଆଜାଦ୍ ମେଡିକାଲ କଲେଜର କମ୍ୟୁନିଟି ମେଡିସିନର ନିଦେ୍ର୍ଦଶକ ପ୍ରଫେସର ଡ. ସୁନୀଲ ଗର୍ଗ ସୂଚନା ଦେଇଛନ୍ତି । ଏନେଇ ୪୮ ସରକାରୀ ଓ ଶହେ ଘରୋଇ ହସ୍ପିଟାଲରେ ଏକ ହଜାର ବୁଥର ବ୍ୟବସ୍ଥା କରାଯାଇଛି । ଏହା ସହ ବିଭିନ୍ନ ମହଲ୍ଲାରେ ମଧ୍ୟ ଟିକାକରଣ ପାଇଁ ବୁଥ୍ ସ୍ଥାପନା କରାଯିବାର ଯୋଜନା ରହିଛି । ଏନେଇ ୩୫୦୦ ଲୋକଙ୍କୁ ତାଲିମ ଦିଆଯାଉଛି । ଏଥିରେ ବିଭିନ୍ନ ହସ୍ପିଟାଲର ୬ ଶହ ସ୍ୱାସ୍ଥ୍ୟକର୍ମୀ ସାମିଲ ଅଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0