spot_img

କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ରାଜି ହେଲେ ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ରାଜି ହେଲେ ଚାଷୀ । ନୂଆ ଚାଷୀ ଆଇନକୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ଶନିବାର ସରକାରଙ୍କ ସହ ଆଲୋଚନା ପାଇଁ ରାଜି ହୋଇଛନ୍ତି । ଆସନ୍ତା ୨୯ ତାରିଖରେ ପରବର୍ତ୍ତୀ ଆଲୋଚନା ଲାଗି ପ୍ରସ୍ତାବ ଦେଇଥିବା କୃଷକ ନେତା ରାକେଶ ଟିକେଟ୍ କହିଛନ୍ତି । ପ୍ରାୟ ୪୦ ଟି କୃଷକ ସଙ୍ଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ଏନେଇ ସୂଚନା ଦେଇଛି । ଗତକାଲି ମୋର୍ଚ୍ଚାର ବୈଠକ ବସିଥିଲା । ବୈଠକରେ ସରକାରଙ୍କ ସହ ପୁନଃର୍ବାର ଆଲୋଚନା ପାଇଁ ନିଷ୍ପତ୍ତି ହୋଇଥିବା ସଙ୍ଗଠନର ନେତା ସୂଚନା ଦେଇଛନ୍ତି । ଭାରତୀୟ କିଶାନ ୟୁନିଅନ ବରିଷ୍ଠ ନେତା ଟିକେଟ କହିଛନ୍ତି, ନୂଆ ୩ ଆଇନ ପ୍ରତ୍ୟାହାର ଓ ଏମଏସପି ଏଜେଣ୍ଡାର ଅଂଶ । ଏହା ଉପରେ ହିଁ ସରକାରଙ୍କ ସହ ଆଲୋଚନା ହେବ । ଆମେ ୨୯ ତାରିଖରେ ସରକାରଙ୍କ ସହ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛୁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular