ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଟିକାକରଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେବେ ଦେଶରେ ୧ କୋଟି ୪୩ ଲକ୍ଷ ୧ ହଜାର ୨୬୬ ଜଣଙ୍କୁ ଟିକାକରଣ କରାଯାଇଛି । ଏହା ସହ ଗତ ୨୪ ଘଣ୍ଟା ମଧ୍ୟରେ ୫୮ ହଜାର ୭୧୯ ଜଣଙ୍କୁ ଟିକା ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଏବେ ଦେଶରେ ଉଭୟ ପ୍ରଥମ ଓ ଦ୍ଵିତୀୟ ପର୍ୟ୍ୟାୟ ଟିକାକରଣ ଚାଲିଛି। ଏ ପର୍ୟ୍ୟନ୍ତ ପ୍ରଥମ ପର୍ୟ୍ୟାୟରେ ଦେଶରେ ୧ କୋଟି ୧୮ ଲକ୍ଷ ୪୫ ହଜାର ୭୫ ଓ ଦ୍ଵିତୀୟ ପର୍ୟ୍ୟାୟରେ ୨୪ ଲକ୍ଷ ୫୬ ହଜାର ୧୯୧ ଜଣଙ୍କୁ ଟିକା ଦିଆଯାଇ ସାରିଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0