spot_img

ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଦୁଇ ଦିନ ହେବ ଜଣେ ଯୁବକ ନିଖୋଜ

କେନ୍ଦ୍ରାପଡା: କେନ୍ଦ୍ରାପଡାର ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପଟ୍ଟାମୁଣ୍ଡା ଅଞ୍ଚଳରୁ ଜଣେ ଯୁବକ ଦୁଇ ଦିନ ହେବ ନିଖୋଜ ଅଛନ୍ତି । ଉକ୍ତ ବ୍ୟକ୍ତି ଜଣକ ୨୧ ବର୍ଷର ରଶ୍ମିରଞ୍ଜନ ବିଶ୍ୱାଳ ବୋଲି ଜଣାପଡିଛି । ଆଜି ତାଙ୍କର ସ୍କୁଟି, ପାଣି ବୋଟଲ , ଭଙ୍ଗା ମଦ ବୋଟଲ ନଳିତାପାଟିଆ ଘାଟି ନିକଟରେ ଦେଖିବାକୁ ମିଳିଥିଲା । ଏବଂ ସେଠାରେ କିଛି ରକ୍ତ ଠୋପା ପଡିଥିବା ମଧ୍ୟ ଦେଖବାକୁ ମିଳିଥିଲା । ଖବର ପାଇ ପରିବାର ଲୋକେ ତାଳଚୁଆ ସାମୁଦ୍ରିକ ଥାନାରେ ଏଖିତ ଅଭିଯୋଗ କରିଥିଲେ । ସ୍ଥାନୀୟ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଯୁବକଙ୍କର କୌଣସି ଖବର ମିଳିନଥିବା ପୋଲିସ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular