ନୂଆଦିଲ୍ଲୀ: ଅକ୍ସଫୋର୍ଡର କରୋନା ଟୀକା ନେଇ ବଢୁଛି ଉତ୍ସାହ । ସେରମ ଇନଷ୍ଟିଚ୍ୟୁଟର ସିଇଓ କହିଲେ, ପରୀକ୍ଷଣ ଠିକ ଚାଲିଲେ ୨୦୨୧ ପ୍ରଥମାର୍ଦ୍ଧରେ ଆସିପାରେ ଟୀକା । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ସମୟରେ ଏପରି ବୟାନ ଦେଇଛନ୍ତି ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନୱଲା । ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପ୍ରଥମ ଥର ପାଇଁ ୧୦୦ ମିଲିୟମ ଟିକା ଉତ୍ପାଦନ ଲକ୍ଷ୍ୟରେ କାମ ଜାରି ରଖିଛି । ୨୦୨୧ ମସିହାର ଦ୍ୱିତୀୟ କିଂବା ତୃତୀୟ ତ୍ରୟମାସିକ ସୁଦ୍ଧା ଏହି ଟିକାକୁ ପ୍ରସ୍ତୁତ ହୋଇପାରିବା ଯୋଜନା ରଖି କାମ ଆଗେଇ ଚାଲିଛି ବୋଲି କହିଛନ୍ତି ଅଦାର ପୁନୱଲା । କରୋନା ଟିକାକୁ ନେଇ ଚାଲିଥିବା ପରୀକ୍ଷଣ ପ୍ରକ୍ରିୟା ଆସନ୍ତା ଡିସେମ୍ୱର ମାସ ସୁଦ୍ଧା ସରି ଯାଇଥିବ ବୋଲି ସେ ସୂଚନା ଦେଇଛନ୍ତି । ଏପରି ହେଲେ ଜାନୁଆରୀ ମାସ ବେଳକୁ ଟିକା ଉପଲବ୍ଧ ହୋଇପାରିବ ।
ଏହା ସହିତ ଅଦର ପୁନୱଲା କହିଛନ୍ତି ଯଦି ବ୍ରିଟେନ୍, ଯେଉଁଠାରେ ଟିକାର ଅଗ୍ରଣୀ ପରୀକ୍ଷଣ ସବୁ ଚାଲିଛି , ତଥ୍ୟ ଆମ ସହିତ ବିନିମୟ କରେ, ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଠାରୁ ଜରୁରୀ ଅନୁମତି ନେଇ ସେହି ଟିକା ପରୀକ୍ଷଣକୁ ଭାରତରେ ବି କରିପାରିବୁ । ଏହା ଯଦି ସଫଳ ରହେ ତେବେ ଆଗାମୀ ଡିସେମ୍ୱର ୧୫ ସୁଦ୍ଧା ଆମ ନିକଟରେ ଭାକସିନ୍ ହୋଇସାରିଥିବ । ସୂଚନା ଅନୁସାରେ ଏବେ ସାରା ବିଶ୍ୱସ୍ତରରେ ୧୫୦ରୁ ଅଧିକ କରୋନା ଟିକାର ପରୀକ୍ଷଣ ଜାରି ରହିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0