ଆସନ୍ତା ୨୦ ତାରିଖ ତଥା ଶୁକ୍ରବାର ଠାରୁ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏନେଇ ଆଜିଠାରୁ ମନ୍ତ୍ରୀ, ବିଧାୟକ ଓ ବିଧାନସଭା କର୍ମଚାରୀମାନଙ୍କର କରୋନା ଟେଷ୍ଟ ହେଉଛି । ଏଥପାଇଁ ବିଧାନସଭାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରଥମେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କର କରୋନା ଟେଷ୍ଟ ହୋଇଥିବା ବେଳେ ୩ ଦିନ ମଧ୍ୟରେ ସମସ୍ତଙ୍କର କୋଭିଡ୍ ଟେଷ୍ଟ କରାଯିବ । କେବଳ ନେଗେଟିଭ ରିପୋର୍ଟ ବ୍ୟକ୍ତିବିଶେଷଙ୍କୁ ଅଧିବେଶନରେ ବସିବାକୁ ଅନୁମତି ଦିଆଯିବ । ମୌସୁମୀ ଅଧିବେଶନ ପରି କରୋନା କଟକଣା ଭିତରେ ଶୀତ ଅଧିବେଶନ ଅନୁଷ୍ଠିତ ହେବ । ଅଧିବେଶନ ପାଇଁ ବିଧାନସଭା ପରିସରକୁ ଦିନକୁ ଦୁଇଥର ବିଶୋଧନ କରାଯିବ । ଅଧିବେଶନରେ ପ୍ରଶ୍ନକାଳ ରହିବ କି ନାହିଁ ସେ ନେଇ ସ୍ପଷ୍ଟ ହୋଇନାହିଁ । ମାତ୍ର ସଂସଦ ଅଧିବେଶନ ଅନୁସାରେ ବିଧାନସଭା ଅଧିବେଶନ ହେବ ବୋଲି ସୂଚନା ରହିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0