ଖୋଲା ବଜାରରେ ମିଳିବନି କରୋନା ଟିକା । ଏନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଭାରତରେ ସାର୍ବଜନୀନ କରୋନା ଟିକାକରଣ ଅଭିଯାନ ଜାରି ରହିଛି । ବଜାରରେ କରୋନା ଟିକା ମିଳିବ କି ନାହଁ ଏନେଇ ଲୋକଙ୍କ ମଧ୍ୟରେ କଳ୍ପନା ଜଳ୍ପନା ଲାଗି ରହିଥିଲା । ଠିକ ଏହି ସମୟରେ ବଜାରରେ କରୋନା ଟିକା ବିକ୍ରି ହେବ ନାହିଁ ବୋଲି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସ୍ପଷ୍ଟ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ସରକାରଙ୍କ ପକ୍ଷରୁ ଏନେଇ ଅନୁମତି ପ୍ରଦାନ କରାଯାଇ ନାହିଁ । ଯେଉଁମାନଙ୍କ ପାଇଁ ଟିକା ଅତ୍ୟାବଶ୍ୟକ ଓ ସେମାନଙ୍କ ପାଖରେ ଏହା କିଭଳି ପହଞ୍ଚିବ ସେନେଇ ସରକାର ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି । ଏହା ଆସନ୍ତା ୭ରୁ ୮ମାସ ପର୍ଯ୍ୟନ୍ତ ଜାରି ରହିବ । ଖୋଲା ବଜାରରେ ବିକ୍ରି ଲାଗି କୌଣସି ଘରୋଇ ଅବା ବିଦେଶୀ ଟିକାକୁ ସ୍ୱିକୃତି ମିଳି ନାହିଁ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0