ନେତାଜୀ ଜୟନ୍ତୀରେ ଉଦବୋଧନ ଦେବାକୁ ମନା କଲେ ମମତା । ଶନିବାର କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ନେତାଜୀ ଜୟନ୍ତୀ ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକମାନଙ୍କୁ ଉଦବୋଧନ ଦେବାକୁ ସିଧା ସିଧା ମନା କରିଦେଇଛନ୍ତି । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଉପସ୍ଥିତ ଥିଲେ । ମମତା ବାନାର୍ଜୀ ମଞ୍ଚ ଉପରକୁ ଉଠିବା ମାତ୍ରେ ସେଠାରେ ଉପସ୍ଥିତ ଜନତା ଜୟ ଶ୍ରୀ ରାମର ନାରା ଦେଇଥିଲେ । ଯେଉଁଥିରେ ଖପ୍ପା ହୋଇ ମମତା ନିଜେ ଉଦବୋଧନ ଦେବାକୁ ମନା କରିଦେଇଛନ୍ତି । ଏଥିସହ ଏହା କୌଣସି ଦଳୀୟ କାର୍ୟ୍ୟକ୍ରମ ନୁହେଁ । କାହାକୁ ଏପରି ଅପମାନ କରିବା ଠିକ ନୁହେଁ ବୋଲି ମମତା କହିଛନ୍ତି । ନେତାଜୀ ଜୟନ୍ତୀଙ୍କୁ ନେଇ ଏବେ ପଶ୍ଚିମବଙ୍ଗ ରାଜନୀତି ଜୋର ଧରିଛି । କେନ୍ଦ୍ର ସରକାର ଏହି ଦିବସକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିବାବେଳେ ମମତା କିନ୍ତୁ ଏହାର ବିପରୀତ କରିଛନ୍ତି । ପଶ୍ଚିମବଙ୍ଗରେ ଏହାକୁ ଦେଶନାୟକ ଦିବସ ଭାବେ ପାଳନ କରାଯାଇଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0