ନୂଆଦିଲ୍ଲୀ: ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦ ବୈଠକ ବସିଥିଲା । ବୈଠକ ପରେ କେନ୍ଦ୍ରମନ୍ତ୍ରୀ ସୀତାରମଣ କହିଛନ୍ତି- ସେସ୍ କ୍ଷତିପୂରଣରୁ ମିଳିଥିବା ୨୦ ହଜାର କୋଟି ଟଙ୍କା ରାଜ୍ୟଗୁଡ଼ିକୁ ଦିଆଯିବ । ଏଥିସହ ଜିଏସଟି ପରିଷଦ ୨୦୨୨ ଜୁନ୍ ପରେ ସେସ୍ କ୍ଷତିପୂରଣ ଦେବ ବୋଲି ନିଷ୍ପତ୍ତି ନେଇଛି । ୧୨ ଅକ୍ଟୋବରକୁ ପୁଣି ଥରେ ଜିଏସଟି କାଉନସିଲ ବୈଠକରେ ରାଜ୍ୟକୁ କ୍ଷତିପୂରଣ ଦେବା ମାମଲାରେ ଆଲୋଚନା କରାଯିବ । ବୈଠକରେ ରାଜ୍ୟମାନଙ୍କକୁ କ୍ଷତିପୂରଣ ଦେବା ଉପରେ କୌଣସି ସହମତି ହୋଇପାରି ନାହିଁ । ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଦିଆଯାଇଥିବା ବିକଳ୍ପକୁ ବାଛିଛନ୍ତି । କିନ୍ତୁ ଏବେ ବି କିଛି ରାଜ୍ୟ କୌଣସି ବିକଳ୍ପକୁ ବାଛି ନାହାଁନ୍ତି । ଏଥିପାଇଁ ଏହି ପ୍ରସଙ୍ଗରେ ଆହୁରି ଚର୍ଚ୍ଚା ଆବଶ୍ୟକ ରହିଛି । ୨୪ ହଜାର କୋଟି ଟଙ୍କାର ଆଇଜିଏସଟି ସେହି ରାଜ୍ୟକୁ ଦିଆଯିବ ଯାହାକୁ ପୂର୍ବରୁ କମ୍ ମିଳିଥିଲା । ଏହାକୁ ଆଗାମୀ ସପ୍ତାହରେ ଦିଆଯିବ । ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ କହିଥିଲେ- ଯେଉଁ ଟିକସଦାତାଙ୍କ ବାର୍ଷିକ ଆୟ ୫ କୋଟିରୁ କମ୍ ଅଛି । ସେମାନେ ଜାନୁଆରୀରୁ ମାସିକ ରିଟର୍ଣ୍ଣ ଅର୍ଥାତ୍ ଜିଏସଟିଆର୍ ତୃତୀୟଥର ଓ ଜିଏସଟିଆର୍ ୱାନ୍ ଦେବାର ଆବଶ୍ୟକ ନାହିଁ । ସେମାନଙ୍କୁ କେବଳ ତ୍ରୈମାସିକ ରିଟର୍ଣ୍ଣ ଭରିବାକୁ ପଡ଼ିବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0