କଟକ: କଟକରେ ଦୁର୍ଗାପୂଜାକୁ ନେଇ ବଢ଼ିଲା ଆଶା । ମଣ୍ଡପରେ ହୋଇପାରିବ ମା’ ଦୁର୍ଗାଙ୍କ ପୂଜା । ବହୁ ବାଦ ବିବାଦ ପରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଥର କଟକ ମଣ୍ଣଗୁଡିକରେ ଦୁର୍ଗାପୂଜା ପାଇଁ ଅନୁମତି ମିଳିଛି । ହେଲେ ମଣ୍ଡପରେ ସାର୍ବଜନୀନ ଦୁର୍ଗାପୂଜାକୁ ଅନୁମତି ନାହିଁ । ବିନା ଶଦ୍ଧାଳୁରେ ମଣ୍ଡପରେ ପୂଜା ପାଇବେ ମା’ ଦୁର୍ଗା । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲପାଳ ।
ସେପଟେ କଟକ ଦଶହରା ସହିତ ୫ ଶହ ବର୍ଷର ଇତିହାସ ଓ ପରମ୍ପରା ଯୋଡ଼ି ହୋଇ ରହିଛି । ତେଣୁ ଗୋଟିଏ ମହାମାରୀ କାରଣରୁ ଏହାକୁ ବନ୍ଦ କରାଯାଇପାରିବ ନାହିଁ । ଏହି ଯୁକ୍ତିକୁ ଆଧାର କରି କଟକ ବାଲୁବଜାର ପୁଜା କମିଟ ହାଇକୋର୍ଟରେ ଆବେଦନ କରିଥିଲେ । ପରମ୍ପରା ରକ୍ଷା ପାଇଁ କୋଭିଡ଼ କଟକଣା ପାଳନ କରି ପୂଜା କରିବାକୁ ଅନୁମତି ଦିଆଯାଉ ବୋଲି ଆବେଦନରେ ଦର୍ଶାଇଥିଲେ କଟକ ବାଲୁବଜାର ପୂଜା କମିଟି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0