spot_img

ଶରୀରରେ ୫୦ ଦିନରୁ ଅଧିକ ଦିନ ରହିପାରିବନି କୋଭିଡ଼୍ -୧୯ ଆଣ୍ଟିବଡ଼ି

ମୁମ୍ବାଇ: ଦେଶରେ କରୋନା ମହାମାରୀକୁ ଆଖିରେ ରଖି ସରକାର ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି । ଦେଶରେ ପ୍ଲାଜମା ଥେରାପି ମଧ୍ୟ ଫଳପ୍ରଦ ହେଉଛି । ତେବେ କୋଭିଡ଼୍ -୧୯ ଆଣ୍ଟିବଡ଼ି ଦୁଇମାସରୁ ଅଧିକ ଦିନ ରହି ପାରିବନି ବୋଲି ଜଣାପଡ଼ିଛି । ଜେଜେ ଗ୍ରୁପ୍ ଅଫ୍ ହସ୍ପିଟାଲସ୍‌ର ଆକ୍ରାନ୍ତ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଏହି ଅଧ୍ୟୟନର ମୁଖ୍ୟ ଡାକ୍ତର ନିଶାନ୍ତ କୁମାରଙ୍କ କହିବା ଅନୁସାରେ ସେମାନେ ଜେଜେ, ଜିଟି, ସେଣ୍ଟ ଜର୍ଜସ୍ ହସ୍ପିଟାଲର ପ୍ରାୟ ୮୦୧ ଜଣ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଉପରେ ଅଧ୍ୟୟନ କରିଥିଲେ । ସେମାନଙ୍କ ମଧ୍ୟରେ ଏପ୍ରିଲ ଓ ମେ ପ୍ରାରମ୍ଭର ସାତ ସପ୍ତାହ ପୂର୍ବରୁ ଆରଟିପିସିଆରରେ କୋଭିଡ଼୍ ପଜିଟିଭ୍ ହୋଇଥିବା ୨୮ ଜଣ ସାମିଲ ହୋଇଥିଲେ।

covid-19-testing-lab-2

କିନ୍ତୁ ଜୁନ୍ ମାସରେ ହୋଇଥିବା ସର୍ଭେରେ ଏମାନଙ୍କ ମଧ୍ୟରୁ ଜଣଙ୍କ ଶରୀରରେ ମଧ୍ୟ ଆଣ୍ଟିବଡ଼ି ଥିବାର ଦେଖାଯାଇନଥିଲା । ଯଥାକ୍ରମେ ତିନି ସପ୍ତାହ ଏବଂ ପାଞ୍ଚ ସପ୍ତାହ ପୂର୍ବରୁ ପିସିଆର କୋଭିଡ଼୍ ପଜିଟିଭ୍ ଆସିଥିବା ବେଳେ ‘ଜେଜେ ହସ୍ପିଟାଲ ସେରୋ ସର୍ଭେରେ ୩୪ ଜଣ ସ୍ୱାସ୍ଥ୍ୟକର୍ମୀ ସାମିଲ ଥିଲେ । ସେମାନଙ୍କ ଭିତରୁ ତିନି ସପ୍ତାହ ଗ୍ରୁପ୍‌ର ୯୦% ଙ୍କ ଦେହରେ ଆଣ୍ଟିବଡ଼ି ଥିବାବେଳେ ୫ ସପ୍ତାହରୁ କମ୍ ଗ୍ରୁପ୍‌ରେ ଅଧାରୁ କମ୍ ଜଣଙ୍କ (୩୮.୫%)ଠାରେ ଆଣ୍ଟି ବଡ଼ି ଥିଲା ବୋଲି ଡାକ୍ତର କୁମାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular