spot_img

ସିବିଆଇ ତଦନ୍ତ ଦାବି ନେଇ ହାଇକୋର୍ଟରେ ଦ୍ୱାରସ୍ଥ ହେଲେ ଆଦିତ୍ୟଙ୍କ ପରିବାର

ଭୁବନେଶ୍ୱର: ମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ନୂଆ ମୋଡ଼ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଦିତ୍ୟଙ୍କ ପରିବାର । ଏନେଇ ହାଇକୋର୍ଟରେ ପିଟିସନ ଦାଖଲ କଲେ ଆଦିତ୍ୟଙ୍କ ବାପା, ମାଆ । ଏପଟେ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ଫରେନସିକ ସେଣ୍ଟରରେ ବିକାଶ , ପପୁ ଏବଂ ଦୀପକ ହାଜର ହୋଇଛି ।

ଆଦ୍ୟତ୍ୟଙ୍କ ଏହି ୩ ସହଯୋଗୀଙ୍କ ଲାଏ ଡ଼ିଟେକ୍ସନ ଟେଷ୍ଟ ଆରମ୍ଭ ହୋଇ ସାରିଛି । ଗତକାଲି ଲାଏ ଡ଼ିଟେକ୍ସନ ଟେଷ୍ଟରେ ବିଦ୍ୟାଶ୍ରୀଙ୍କୁ ୫ ଘଣ୍ଟା ଜେରା କରିଥିଲା କ୍ରାଇମ ବ୍ରାଞ୍ଚ । ରସୁଲଗଡ଼ସ୍ଥତି ଫରେନ୍ସିକ ଲ୍ୟାବରେ ଏମାନଙ୍କ ଲାଏ ଡିଟେକ୍ସନ ଚାଲିଛି । ଗତକାଲି ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କର ଦୀର୍ଘ ୫ ଘଣ୍ଟା ଧରି ଲାଏ ଡ଼ିଟେକ୍ସନ ଟେଷ୍ଟ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular