spot_img

ସୁସ୍ଥ ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ସୁସ୍ଥ ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଜୁଲାଇ ୩୦ ତାରିଖ ସଂନ୍ଧ୍ୟା ସମୟରେ ତାଙ୍କୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରୁ ଆଜି ସେ ଡିସଚାର୍ଜ ହୋଇଥିବା ଜଣାପଡିଛି । ସୂଚନାମୁତାବକ, ଗତ କିଛି ଦିନ ହେବ ସେ ଶାରୀରିକ ଅସୁସ୍ଥତା ଅନୁଭବ କରୁଛନ୍ତି । ନିୟମିତ ଚିକିତ୍ସା କରିବା ପାଇଁ ଗୁରୁବାର ଦିନ ସେ ହସ୍ପିଟାଲ ଯାଇଥିଲେ । ତାଙ୍କ ଅବସ୍ଥା ଭଲ ନଥିବାରୁ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଏବେ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି ଏବଂ ଭୟର କିଛି କାରଣ ନଥିବା ଡାକ୍ତର ଡି.ଏସ. ରାଣା ସୂଚନା ଦେଇଛନ୍ତି । ଅସୁସ୍ଥତା କାରଣରୁ ସେ ଦୀର୍ଘଦିନ ହେବ ସକ୍ରିୟ ରାଜନୀତିରୁ ଦୂରେଇ ରହିଛନ୍ତି । ମାତ୍ର ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ସେ ପୁଣି ଥରେ ଏହି ଦାୟିତ୍ୱରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular