spot_img

କରୋନାର ନୂଆ ଷ୍ଟ୍ରେନ: ଜାନୁଆରୀ ୩୧ ଯାଏଁ ବଢିଲା କୋଭିଡ ଗାଇଡଲାଇନ

ଜାନୁଆରୀ ୩୧ ଯାଏଁ ବଢିଲା କୋଭିଡ ଗାଇଡଲାଇନ । ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପୂର୍ବରୁ ଲାଗୁ କରାଯାଇଥିବା ଗାଇଡଲାଇନକୁ ଜାନୁଆରୀ ୩୧ ଯାଏଁ ବଳବତ୍ତର ରଖିଛନ୍ତି କେନ୍ଦ୍ର ସରକାର । କରୋନା ଭାଇରସ୍ ର ନୂଆ ଷ୍ଟ୍ରେନ ଏବେ ସମଗ୍ର ବିଶ୍ୱର ଚିନ୍ତା ବଢାଇଥିବା ବେଳେ ଏ କ୍ଷେତ୍ରରେ ଅଧିକ ସତର୍କ ରହିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରାଳୟ ଜାନୁଆରି ୩୧ ୨୦୨୧ ପର୍ଯ୍ୟନ୍ତ ପୂର୍ବରୁ ଲାଗୁଥିବା ଗାଇଡଲାଇନକୁ ବଳବତ୍ତର ରଖିବାକୁ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ନିଦେ୍ର୍ଦଶ ଦେଇଛନ୍ତି । ଦେଶରେ ସକ୍ରିୟ ଏବଂ ନୂତନ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଉଥିଲେ ମଧ୍ୟ ବିଶ୍ବ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହା ସହ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ସତର୍କତା ବଜାୟ ରଖିବା ଆବଶ୍ୟକ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି। ଏହା ସହ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ପୂର୍ବରୁ ଯେଉଁ ଏସଓପି ଜାରି କରାଯାଇଥିଲା, ତାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯିବା ସହ କଣ୍ଟେଣ୍ଟମେଣ୍ଟ ଜୋନ ଚିହ୍ନଟ କରି ପୂର୍ବ ଭଳି କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ମନ୍ତ୍ରାଳୟ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular