ପୁରୀ : ଆଜିଠାରୁ ଭଡ଼ାଟିଆ ଓ କର୍ମଜୀବୀଙ୍କୁ ଶ୍ରୀଜିଉଙ୍କ ଦର୍ଶନ ଅନୁମତି ମିଳିଛି। ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା।
ସୂଚନାଯୋଗ୍ୟ, ଦୀର୍ଘ ୯ ମାସର କଟକଣା ପରେ ଗତ ୨୩ ତାରିଖରୁ ପୁରୀରେ ଆରମ୍ଭ ହୋଇଛି କାଳିଆ ଦର୍ଶନ। ପ୍ରଥମ ତିନି ଦିନ ସେବାୟତଙ୍କ ପରିବାରଙ୍କୁ ଶ୍ରୀଜିଉଙ୍କ ଦର୍ଶନ ଅନୁମତି ମିଳିଥିଲା। ଏହା ପରେ ୨୬ତାରିଖରୁ ୩୧ ଯାଏଁ ପୁରୀ ସହରବାସୀଙ୍କୁ ମିଳିଛି ଏହି ଅନୁମତି। ଆନୁଷ୍ଠାନିକ ଭାବେ ଜଗା ଦର୍ଶନ ନିମନ୍ତେ ଭଡ଼ାଟିଆଙ୍କ ପାଇଁ ୩୦ ଓ ୩୧ ତାରିଖ ଧାର୍ଯ୍ୟ ହୋଇଛି। ହେଲେ ଟୋକନ ପାଇଥିବା ଭଡ଼ାଟିଆ ଆଜିଠାରୁ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0