ବ୍ରହ୍ମପୁର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ପହିଲା ଯାଏଁ ବନ୍ଦ ରହିବ ସମସ୍ତ ମନ୍ଦିର। କରୋନାର ଦ୍ୱିତୀୟ ପ୍ରବାହକୁ ନେଇ ଚିନ୍ତାରେ ପ୍ରଶାସନ। ଏହାର ମୁକାବିଲା ପାଇଁ ଆଜି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକ ରେ ଆଗକୁ ନୂଆବର୍ଷ ଆସୁଥିବାରୁ ପିକ୍ନିକ୍ ସ୍ପଟ ଗୁଡ଼ିକ ଲାଗି ମଧ୍ୟ ଗାଇଡ୍ ଲାଇନ ଜାରି କରାଯାଇଛି। ପିକ୍ନିକ୍ ସ୍ପଟରେ ବଣଭୋଜି ଓ ମ୍ୟୁଜିକ ବଜାଇବା ମନା କରାଯାଇଛି। କରୋନା ମହାମାରୀ ଗଞ୍ଜାମରୁ ନେଇଛି ୨୩୦ ଜୀବନ। ତେବେ ଜିଲ୍ଲା ପ୍ରଶାସନର ତୁରିତ ପଦକ୍ଷେପ ଯୋଗୁ କରୋନାକୁ ଆୟତ୍ତ କରାଯାଇପାରିଛି। ଏବେ ଏଥିରେ କରୋନାର ଦ୍ୱିତୀୟ ପ୍ରବାହ ରୋକାବାକୁ ନେଇ ଅଲୋଚନା କରାଯାଇଛି।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0