ଭୁବନେଶ୍ୱର: ରାଜ୍ୟରେ ଲଗାତାର ତିନି ଦିନ ଧରି ଦୈନିକ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଉଛି । ଗତ ୨୪ ଘଣ୍ଟାରେ ୫୦ ହଜାର ୫୨୫ ନମୁନା ପରୀକ୍ଷା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଏଥିସହ ରାଜ୍ୟର ମୋଟ କରୋନା ଟେଷ୍ଟ ୧୦ ଲକ୍ଷ ଅତିକ୍ରମ କରିଛି । ଓଡ଼ିଶା ଉପରେ କର୍ଣ୍ଣାଟକ, ବିହାର, ତାମିଲନାଡ଼ୁ ଓ ଉତ୍ତରପ୍ରଦେଶ ଅଛନ୍ତି । କେବଳ ସେତିକି ନୁହେଁ, ପ୍ରତି ୧୦ଲକ୍ଷ ଲୋକରେ ଓଡ଼ିଶାରେ ୧୦୯୬ ନମୁନା ପରୀକ୍ଷା ହେଉଛି, ଯାହା ଦେଶରେ ପ୍ରଥମ । ଓଡ଼ିଶା ତଳକୁ ଆନ୍ଧ୍ରପ୍ରଦେଶ ତାମିଲନାଡ଼ୁ ଓ କର୍ଣ୍ଣାଟକ ପ୍ରମୁଖ ରହିଛନ୍ତି । ଏକ୍ଷେତ୍ରରେ ଜାତୀୟହାର ୫୪୨ ରହିଛି।
ଅନ୍ୟପକ୍ଷରେ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମ କରୋନା ସଂକ୍ରମଣରେ ୧୫ ହଜାର ସଂଖ୍ୟାକୁ ଅତିକ୍ରମ କରିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0