spot_img

ପିଏମ୍ କେୟାରର୍ସ ଫଣ୍ଡକୁ ଏନ୍‌ଡିଆର୍‌ଏଫ୍ କୁ ଟ୍ରାନ୍ସଫର୍ କରିବା ଆବେଦନ ଖାରଜ

ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟ ‘ପିଏମ୍ କେୟାରର୍ସ ଫ଼ଣ୍ଡ୍ନ୍ କୁ ‌ଡିଆର୍‌ଏଫ୍ କୁ ଟ୍ରାନ୍ସଫର୍ କରିବାକୁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି । ସୁପ୍ରିମ୍ କୋର୍ଟ ନିଜ ଶୁଣାଣିରେ କହିଛନ୍ତି କି ପିଏମ୍ କେୟାରର୍ସ ଫ଼ଣ୍ଡ୍ ମଧ୍ୟ ଏକ ଚ୍ୟାରିଟି ସଂସ୍ଥା । ବର୍ତ୍ତମାନ ଫଣ୍ଡ୍ ଟ୍ରାନ୍ସଫର୍ କରିବା ଦରକାର ନାହିଁ । ଯେକୌଣସି ବ୍ୟକ୍ତି ଏବଂ ସଂସ୍ଥା ଏନ୍‌ଡିଆର୍‌ଏଫ୍ କୁ ଦାନ ଦେଇପାରିବେ । ୨୦୧୯ ନଭେମ୍ବରରେ ଗଢା ଯାଇଥିବା ଏନ୍‌ଡିଆରଏଫ୍ ଫଣ୍ଡ୍ କରୋନା ସଙ୍କଟର ମୁକାବିଲା କରିବାରେ ସମର୍ଥ । କୌଣସି ନୂଆ ଆକ୍ସନ୍ ପ୍ଲାନ୍ ଏବଂ ନ୍ୟୁନତମ ମାନକକୁ ଅଲଗା କରିବାର ଆବଶ୍ୟକତା ନାହିଁ । ଆବେଦନକାରୀ ସଂସ୍ଥା ‘ସେଣ୍ଟର ଫର୍ ପବ୍ଲିକ୍ ଇଣ୍ଟେରେଷ୍ଟ୍ ଲିଟିଗେସନ୍‌’ (ସିପିଆଇଏଲ) ଏହା ଉପରେ ଆରୋପ ଲଗାଇଥିଲା । ତା’ର କହିବାନୁସାରେ ଅନୁସାରେ ଡିଏମ୍ ଆକ୍ଟ୍ ଅନୁସାରେ ଆଇନ୍‌ର ଉଲଂଘନ କରି ଏହି ଫଣ୍ଡ୍ ତିଆରି କରାଯାଇଛି । ଆବେଦନରେ ଏହା ମଧ୍ୟ କୁହାଯାଇଥିଲା କି ଯେକୌଣସି ବିପଦର ମୂୁକାବିଲା ପାଇଁ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଦ୍ୱାରା ପ୍ରଦତ୍ତ ରାଶିକୁ ଏନ୍‌ଡିଆର୍‌ଏଫ୍‌କୁ ଟ୍ରାନ୍ସଫର୍ କରିବା ଅନିବାର୍ଯ୍ୟ । କେନ୍ଦ୍ର ସରକାର ଜୁଲାଇ ୮ ତାରିଖରେ ଅଦାଲତରେ ନିଜ ପକ୍ଷ ରଖି ଏହି ଆବେଦନକୁ ଖାରଜ କରି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular