ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ ଅଧିକ କରୋନା ନମୁନା ପରୀକ୍ଷା କରାଯାଉଥିବା ବେଳେ ଗତ ୨୪ ଘଣ୍ଟାରେ କିନ୍ତୁ ଏହା ତଳକୁ ଖସିଆସିଛି। ଗତ ୨୪ ଘଣ୍ଟାରେ ମୋଟ୍ ୪୫ହଜାର ୧୬୫ କରୋନା ନମୁନା ପରୀକ୍ଷା କରାଯାଇଛି।
ଏହି ନମୁନା ପରୀକ୍ଷା ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ପଦ୍ଧତିରେ କରାଯାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିମଧ୍ୟରୁ ଆଣ୍ଟିଜେନ୍ରେ ୩୮,୧୬୫, ଆରଟିପିସିଆରରେ ୬,୮୩୬ ଓ ଟ୍ରୁନଟ୍ ୧୬୪ଟି କରୋନା ନମୁନା ପରୀକ୍ଷା କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫୫୬୨, କେନ୍ଦ୍ରାପଡ଼ାରେ ୪୧୨୯ ଓ କେନ୍ଦୁଝରରେ ୩୩୮୯ଟି ନମୁନା ପରୀକ୍ଷା ହୋଇଛି। ଏଣେ ଗତକାଲି ରାଜ୍ୟରେ କରୋନାରେ ୮ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୪୬କୁ ବୃଦ୍ଧି ପାଇଥିଲା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0