ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଦ୍ଧରେ ମହାଲଢେଇ । ଦେଶବ୍ୟାପୀ ଆରମ୍ଭ ହେଲା ଟିକାକରଣ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଟିକାକରଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିନ ୧୦.୩୦ ମିନିଟରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଦେଶବ୍ୟାପି ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହେବ ଟିକାକରଣ । ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣଙ୍କୁ ଟିକା ଦିଆଯିବାକୁ ଥିବା ବେଳେ ୨ହଜାର ୯୩୪ କେନ୍ଦ୍ରରେ ହେଉଛି ଟିକାକରଣ । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି , ରାଜ୍ୟ ସରକାରଙ୍କ ସହଯୋଗ କ୍ରମେ ଭାରତ ସରକାର ଏହି କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ତି । କରୋନା ଭ୍ୟାକ୍ସନର ୨ ଡୋଜ ପ୍ରତ୍ୟେକ ନାଗରିକ ନେବା ନିହାତି ଜରୁରୀ । ଗୋଟିଏ ଡୋଜ ନେବାର ଗୋଟିଏ ମାସ ବ୍ୟବଧାନରେ ଅନ୍ୟ ଡୋଜ ନେବା ନିହାତି ଦରକାର । ୨ ୟ ଡୋଜ ଭୁଲିବାର ଭୁଲ ଆଦୈା ନ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । ୨ ୟ ଡୋଜ ନେବାର ୨ ସପ୍ତାହ ପରେ ଶରୀରରେ ଇମୁ୍ୟନିଟ ଶକ୍ତି ବୃଦ୍ଧି ଘଟିବ । ଟିକାରଣର ପ୍ରଥମ ପର୍ଯ୍ୟାୟରେ ଭାରତର ୩ କୋଟି ଲୋକଙ୍କୁ ଟିକା ଦିଆଯିବ । ଦ୍ୱିତୀୟ ଚରଣରେ ୩୦ କୋଟି ଲୋକଙ୍କୁ ଟିକାକରଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଭାରତର ଏହି ସଫଳତା ପାଇଁ ସେ ଗବେଷକମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । କିଛି ମାସ ମଧ୍ୟରେ କରୋନା ବିରୁଦ୍ଧରେ ଭ୍ୟାକ୍ସିନ ତିଆରି କରିବାରେ ସଫଳ ହୋଇଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି ମୋଦି । ଏହି ସ୍ୱଦେଶୀ ଭ୍ୟାକ୍ସିନ ବିଦେଶୀ ଭ୍ୟାକ୍ସନ ଠାରୁ ଶସ୍ତା ଓ ଉପଯୋଗୀ ହୋଇଥିବା କହି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0