କେନ୍ଦୁଝର: କେନ୍ଦୁଝର ସହରରେ ଘଟିଛି ଏଭଳି ଦୁଃଖଦ ଘଟଣା । ଏକ ହୋଟେଲ୍ ରୁମ୍ ଭିତରୁ ଜଣେ କୋଭିଡ୍ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ବହଳଦା ଜାମଦା ଗାଁର ଆଶା ଚରଣ ମାଝି । ସେ ରାଙ୍କିସ୍ଥିତ କୋଭିଡ୍ ଡାକ୍ତରଖାନାରେ କାର୍ୟ୍ୟରତ ଥିଲେ ।ଗତକାଲି ଅପରାହ୍ନରେ ହୋଟେଲ୍ କର୍ମଚାରୀମାନେ ତାଙ୍କୁ ଡାକିବା ପରେ ମଧ୍ୟ ସେ ନ ଶୁଣିନଥିଲେ । ପରେ ପୁଲିସ୍କୁ ଖବର ଦିଆଯାଇଥିଲା । ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା ।କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ତାଙ୍କର କେମିତି ମୃତ୍ୟୁ ହେଲା କିଛି ସ୍ପଷ୍ଟ ହୋଇନାହିଁ ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0