spot_img

ବଦଳି ହେଲେ ବାସେଳୀ ସାହି ଥାନା ଆଇଆଇସି

ପୁରୀ: ପୁରୀ ହାଜତ ମୃତ୍ୟୁ ମାମଲାର ତଦନ୍ତ ଚାଲିଥିବା ବେଳେ ଆଜି ବାସେଳୀ ସାହି ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କୁ ବଦଳି କରିଛନ୍ତି। ଜିଲା ପୋଲିସ ମୁଖ୍ୟାଳୟକୁ ତାଙ୍କୁ ବଦଳି କରାଯାଇଥିବା ପୁରୀ ଏସପି କନୱର ବିଶାଳ ସିଂ  ସୂଚନା ଦେଇଛନ୍ତି। ବଳଙ୍ଗା ଥାନା ଅଧିକାରୀ ସଂଜୀବ କୁମାର ପ୍ରଧାନଙ୍କୁ ବାସେଳୀ ସାହି ଥାନା ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି।

ବାସେଳୀ ସାହି ଥାନାରେ କେ.ରମେଶ ନାମକ ଜଣେ ଅଭିଯୁକ୍ତର ସନ୍ଦେହ ଜନକ ଭାବେ ମୃତ୍ୟ ପରେ ଏହାକୁ ନେଇ ତୁମ୍ବିତୋଫାନ ସୃଷ୍ଟି ହୋଇଥିଲା। ପୂର୍ବତନ ଏସପି ଅଖିଲେଶ୍ୱର ସିଂଙ୍କୁ ମଧ୍ୟ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରିଥିଲେ ପୋଲିସ ଡିଜି। ସେପଟେ ନୂଆ ଏସପି ଭାବେ କନୱର ବିଶାଳ ସିଂ ପୁରୀରେ ଯୋଗଦେବା ପରେ ବାସେଳି ସାହି ଥାନା ସମେତ ମୋଟ ୫ ଟି ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular