ଭୁବନେଶ୍ୱର : କୋଭିଡ୍ ମହାମାରୀ ସମୟରେ କେନ୍ଦ୍ର ସରକାର ଓଡିଶାକୁ ଦେଇଥିବା ଅନୁଦାନର ହିସାବ ଦେଇଛନ୍ତି କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ । ଏ ନେଇ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶା ପାଇଁ ମୋଟ ୧୮ ହଜାର ୮୫୮ କୋଟିର ଆର୍ଥିକ ସହାୟତା ସାଙ୍ଗକୁ ଚାଉଳ, ଡାଲି, ଓ ଏଲପିଜି ସିଲିଣ୍ଡର ବାବଦକୁ ସହାୟତା ଯୋଗାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଗରିବ ଯୋଜନାରେ ରାଜ୍ୟର ୩.୧୭ କୋଟି ହିତାଧିକାରୀଙ୍କୁ ୫ କେଜି ଲେଖାଏଁ ଚାଉଳ, ପ୍ରତି ପରିବାରକୁ ମାସିକ ୧ କେଜି ଡାଲି, ଜନଧନ ଆକାଉଣ୍ଟଧାରୀ ମହିଳାଙ୍କୁ ୧୫ ଶହ ଟଙ୍କା ଦେବାର ବ୍ୟବସ୍ଥା ହୋଇଛି ।
ସେହିଭଳି NSAP ଯୋଜନାରେ ୨୦ ଲକ୍ଷ ୨୭ ହଜାର ହିତାଧିକାରୀଙ୍କୁ ଭତ୍ତା, ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ୨୦ ଲକ୍ଷ ୩୦ ହଜାର ହିତାଧିକାରୀଙ୍କୁ ୨ ହଜାର ଲେଖାଏଁ ଟଙ୍କା, ନିର୍ମାଣ ଶ୍ରମିକ, ଇପିଏଫଓ ହିତାଧିକାରୀଙ୍କ ଲାଗି ମଧ୍ୟ ସହାୟତା ପ୍ରଦାନ କରାଯାଇଛି ।
ସେହିଭଳି ରାଜ୍ୟରେ କୋଭିଡ୍ ପରିଚାଳନା ଲାଗି ଓଡ଼ିଶାକୁ କେନ୍ଦ୍ର ସରକାର ୧୦୨ କୋଟି ଟଙ୍କା ଦେଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଅପରପକ୍ଷେ ମନରେଗା ଓ ପିଏମ୍ ଗରିବ କଲ୍ୟାଣ ଯୋଜନା, ଅତିରିକ୍ତ ପ୍ରୋତ୍ସାହନ ପ୍ୟାକେଜ୍, ଜିଏସଟି କ୍ଷତିପୂରଣ, ଆତ୍ମନିର୍ଭର ଭାରତ ପ୍ୟାକେଜ୍ ସମେତ ଅନ୍ୟାନ୍ୟ ଯୋଜନାରେ ଦିଆଯାଇଥିବା ସହାୟତା ରାଶି ସମ୍ପର୍କରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।



Visitors Today : 5
Total Visitors : 130180
Total Views : 9891631
Visitors Online Now : 1