spot_img

ନିଜର ସ୍ୱାସ୍ଥ୍ୟକୁ ନେଇ ଟୁଇଟ କରି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ନିଜର ସ୍ୱାସ୍ଥ୍ୟକୁ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ତେବେ କିଡନିରେ ଷ୍ଟୋନ ହୋଇଥିବାରୁ ତାଙ୍କର ଅସ୍ତ୍ରୋପଚାର ହେବ ବୋଲି ଟୁଇଟ ମାଧ୍ୟମରେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ନିଜ ଟ୍ୱିଟରେ କହିଛନ୍ତି, “ମୁଁ କିଡନିରେ ହୋଇଥିବା ଷ୍ଟୋନକୁ ହଟାଇବା ପାଇଁ ଅସ୍ତ୍ରୋପଚାର କରାଇବି । ଶୀଘ୍ର ଫେରିବି ।” ଅନ୍ୟପଟେ ବରିଷ୍ଠ ଲୋକ ଜନଶକ୍ତି ପାର୍ଟିର ନେତା ରାମବିଳାସ ପାଶୱାନଙ୍କ ଦେହାନ୍ତ ପରେ ତାଙ୍କ ମନ୍ତ୍ରାଳୟର ସମସ୍ତ ଦ୍ୱାୟିତ୍ୱ ପୀୟୁଷ ଗୋୟଲଙ୍କୁ ନ୍ୟସ୍ତ କରାଯାଇଥିଲା । ତେବେ ପୀୟୁଷଙ୍କୁ ଖାଉଟି ବ୍ୟାପାର, ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ମନ୍ତ୍ରଳୟ ଦାୟିତ୍ୱ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular