ନୂଆଦିଲ୍ଲୀ : ନୂଆବର୍ଷରେ ଭାରତକୁ ପ୍ରଥମ କୋଭିଡ ଟିକା ମିଳିଛି। କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ବିଶେଷଜ୍ଞ କମିଟି ବ୍ୟାପକ ବିଚାରବିମର୍ଶ ପରେ ଆଜି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଓ ଭେଷଜ କମ୍ପାନି ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ କୋଭିଡ ଟିକା ‘କୋଭିସିଲଡ’କୁ ଭାରତରେ ଜରୁରୀ ବ୍ୟବହାର ପାଇଁ ଅନୁମୋଦନ କରିଛନ୍ତି। ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଅକ୍ସଫୋର୍ଡ ଟିକାକୁ କୋଭିସିଲଡ ନାମରେ ପ୍ରସ୍ତୁତ କରୁଛି। ଦେଶର କୋଭିଡ୍ ବିରୋଧୀ ଲଢ଼େଇରେ ଏହି ଟିକା ନିର୍ଣ୍ଣାୟକ ସାବ୍ୟସ୍ତ ହେବ ଏବଂ ପରବର୍ତୀ ସମୟରେ ଭାରତ ବାୟୋଟେକ ଏବଂ ଆଇସିଏମଆର ଦ୍ବାରା ପ୍ରସ୍ତୁତ ‘କୋଭାକ୍ସିନ’ ମଧ୍ୟ ଏଥିରେ ସାମିଲ ହେବ ବୋଲି ଯୋଜନା ରହିଛି। ଆଜି ବିଶେଷଜ୍ଞ କମିଟିର ମଂଜୁରି ପରେ ଏହି ଟିକାକୁ ଭାରତର ଔଷଧ ମହାନିୟନ୍ତ୍ରକଙ୍କ ମଂଜୁରି ପାଇଁ ପଠାଯିବ ବୋଲି ଜଣାପଡ଼ିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0