କାଶୀପୁର: ଗାଁକୁ ପକ୍କା ରାସ୍ତା ନଥିବାରୁ ଗୁରୁତର ବ୍ୟକ୍ତିଙ୍କୁ ୩ କିଲୋମିଟର ଭାରରେ ବୁହାଯାଇଛି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅଡାଜୋର ପଞ୍ଚାୟତ ଅନ୍ତର୍ଗତ ଡାଳଗୁମ୍ମା ଗ୍ରାମରେ। ସୂଚନା ଅନୁଯାୟୀ, ଡାଳଗୁମ୍ମା ଗ୍ରାମର ରଯାଇ ମାଝିଙ୍କର ପୁଅ ମେଲୁ ମାଝି ଆଜି ସକାଳେ ପ୍ରାୟ ୯ ଘଣ୍ଟା ସମୟରେ ନିଜ ଘର ପରିସର ମଧ୍ୟରେ ଥିବା ତେନ୍ତୁଳି ଘଛରୁ ତେନ୍ତୁଳି ସଂଗ୍ରହ ନିମନ୍ତେ ଗଛ ଚଢିଥିଲେ। ହେଲେ ତେନ୍ତୁଳି ସଂଗ୍ରହ ସମୟରେ ସେ କୌଣସି କାରଣରୁ ଗଛ ଉପରୁ ତଳକୁ ଖସିପଡିଯାଇଥିଲେ । ଘଟଣା ପରେ ତାଙ୍କର ବାମ ଗୋଡ଼ ଭାଙ୍ଗିଯାଇଥିବାବେଳେ ଶରୀରର ଅନ୍ୟାନ୍ୟ ସ୍ଥାନରେ ଆଘାତ ଲାଗିଥିଲା । ଗାଁ ଲୋକ ଏବଂ ପରିବାର ଲୋକେ କାଶୀପୁର ସ୍ବାସ୍ଥ୍ୟକେନ୍ଦ୍ର ନେବାକୁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯାଗ କରିଥିଲେ। ଖବର ପାଇବା ମାତ୍ରେ ସକାଳେ ପ୍ରାୟ ୧୦ ପରେ କାଶୀପୁରରେ ଥିବା ଆମ୍ବୁଲାନସ ୪୦ କିଲୋମିଟର ଦୂର ଡାଳଗୁମ୍ମା ଅଭିମୁଖେ ବାହାରିଥିଲା। ଆମ୍ବୁଲାନ୍ସଟି ସକାଳ ପ୍ରାୟ ୪୦ ମିନିଟ ମଧ୍ୟରେ ଉକ୍ତ ଗ୍ରାମର ପ୍ରାୟ ୩ କିମି ଦୂରରେ ଅଟକିଥିଲା । କିନ୍ତୁ ଡାଳଗୁମ୍ମାରୁ ୩ କିଲୋମିଟର ପର୍ୟ୍ୟନ୍ତ ପକ୍କା ରାସ୍ତା ନଥିବାରୁ ଗୁରୁତର ଥିବା ମେଲୁ ମାଝିଙ୍କୁ ତାଙ୍କ ପରିବାର ସମେତ ଆମ୍ବୁଲେନ୍ସ କର୍ମଚାରୀମାନେ ଏକ ଖଟିଆରେ ବୋହି ୩ କିମି ପର୍ୟ୍ୟନ୍ତ ଅତିକ୍ରମ ପରେ ଆମ୍ବୁଲେନ୍ସ ପାଖରେ ପହଞ୍ଚି ଥିଲେ। ଏହା ପରେ ସେଠାରୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ କାଶୀପୁର ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ମେଲୁଙ୍କର ପ୍ରଥାମିକ ଚିକିତ୍ସା ଆରମ୍ଭ କରାଯାଇଥିଲା।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0