spot_img

କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ ରେ ଏମଏସଏମଇଙ୍କୁ ଫାଇଦା

ନୂଆଦିଲ୍ଲୀ: ଜରୁରୀକାଳୀନ ଋଣ ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ଏକ ‘କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ’ଘୋଷଣା କରିଛନ୍ତି । ୩ ଲକ୍ଷ କୋଟି ଟଙ୍କାର ଏହି ସ୍କିମ୍ ରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗମାନେ (ଏମଏସଏମଇ) ଲାଭବାନ ହେବେ । ମହାମାରୀ କରୋନାରେ ପ୍ରଭାବିତ ହୋଇଥିବା ଉପରୋକ୍ତ ଶ୍ରେଣୀଭୁକ୍ତ ଉଦ୍ୟୋଗୀମାନଙ୍କୁ ଋଣ ଯୋଗାଇଦେବା ଏହାର ମୁଖ୍ୟ ଲକ୍ଷ୍ୟ ରହିଛି । ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟାଙ୍କମାନଙ୍କୁ ନିର୍ଦେଶ ଦିଆଯାଇଛି । ଆତ୍ମନିର୍ଭର ଭାରତ ପ୍ୟାକେଜର ଏହି ସ୍କିମ୍ ଏକ ଅଂଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ୨୦ ଲକ୍ଷ କୋଟି ଟଙ୍କାର ଘୋଷଣା କରିଥିବା ବେଳେ ବିନା ବନ୍ଧକରେ ଋଣ ଦିଆଯାଉଛି । କେନ୍ଦ୍ର ସରକାର ଋଣ ଉପରେ ମଧ୍ୟ ୧୦୦ ପ୍ରତିଶତ ଗ୍ୟାରେଣ୍ଟି ଦେଉଛନ୍ତି । ଜୁଲାଇ ୨୩ ତାରିଖ ସୁଦ୍ଧା ୧୦୦ ପ୍ରତିଶତ ଜରୁରୀକାଳୀନ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ ରେ ବ୍ୟାଙ୍କଗୁଡିକ ୧ ଲକ୍ଷ ୩୦ ହଜାର ୪୯୧ କୋଟି ଟଙ୍କା ଋଣ ମଞ୍ଜୁର କରିଥବା ବେଳେ ସେଥିରୁ ୮୨ ହଜାର ୬୫ କୋଟି ଟଙ୍କାର ଆବଣ୍ଟନ କରିଛନ୍ତି । ଋଣ ଉପରେ ଯେଉଁ ମୋରାଟୋରିୟମ୍ ସୁବିଧା ରଖାଯାଇଥିଲା ତାହାର ଅବଧି ବଢାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ଆଲୋଚନା ଜାରି ରହିଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସୂଚନାମୁତାବକ ଦେଶରେ ଲକଡାଉନ ଘୋଷଣା ପରେ ପ୍ରଥମ ତିନି ମାସ ପାଇଁ ମୋରାଟୋରିୟମ ସୁବିଧା କରାଯାଇଥିଲା । ଏବେ ଏହି ସମୟକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular