spot_img

ଅନଲାଇନ ପାଠପଢ଼ା ବେଳେ ହ୍ଵାଟ୍ସଆପରେ ରେ ଅଶ୍ଳୀଳ ମେସେଜ୍ ପଠାଇଲେ ଶିକ୍ଷକ

ଭୁବନେଶ୍ୱର : ହ୍ଵାଟ୍ସଆପରେ ଅନଲାଇନ ପାଠପଢ଼ା ବେଳେ ଆସିଲା ଅଶ୍ଳୀଳ ମେସେଜ। ଅଶ୍ଳୀଳ ମେସେଜ ପଠାଇଲେ ସ୍କୁଲ୍ ପ୍ରଧାନ ଶିକ୍ଷକ। ଘଟଣା ଘଟିଛି କଟକ ଦରଘା ବଜାରରେ ଥିବା ଏକ ସ୍କୁଲ୍ରେ  । ଯାହାକୁ ନେଇ ଅଭିଭାବକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଗତ ୩୦ ତାରିଖରେ କଟକ ପ୍ୟାରୀମୋହନ ଏକାଡେମୀ ସ୍କୁଲ୍ ପ୍ରଧାନ ଶିକ୍ଷକ ଧୀରେନ୍ଦ୍ର ନାଥ ନାୟକ ପଞ୍ଚମ ଶ୍ରେଣୀ ଅନଲାଇନ ପାଠ ପଢା ହେଉଥିବା ବେଳେ, ହ୍ଵାଟ୍ସଆପ ଗ୍ରୁପ୍ ରେ ଅଶ୍ଲୀଳ ଫଟୋ ଓ ମେସେଜ ପଠାଇ ଥିବାର ଅଭିଯୋଗ ହୋଇଛି। ଏହା ଏକ ଲଜ୍ୟା ଜନକ ବିଷୟ ଏବଂ କୋମଳମତୀ ଛାତ୍ର ଓ ଛାତ୍ରୀଙ୍କ ଉପରେ କୁପ୍ରଭାବ ପକାଇବ ବୋଲି ଆଜି ସ୍ଥାନୀୟ ଅଞ୍ଚଳର ପୂର୍ବତନ କର୍ପୋରେଟର ଅରୁଣ ସେଠୀ ଗଣମାଧ୍ୟମକୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular