spot_img

ବେନ ଷ୍ଟୋକ୍ସଙ୍କ ପିତାଙ୍କର ଦେହାନ୍ତ

ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ପିତା ଗେରାର୍ଡ ଷ୍ଟୋକ୍ସଙ୍କ ଦେହାନ୍ତ ହୋଇଛି । କିଛିଦିନ ହେବ ମସ୍ତିକ୍ସ କ୍ୟାନସର ସହ ଯୁଦ୍ଧ କରୁଥିଲେ । ରଗବି ୱିଙ୍ଗଟନ କ୍ଲବ ଗେରାର୍ଡଙ୍କ ମୃତୁ୍ୟକୁ ନିଶ୍ଚିତ କରିଛି । ଗେରାର୍ଡ ମଧ୍ୟ ୨୦୦୩ ରେ ଏହି କ୍ଲବର କୋଚ ଥିଲେ । ଜାନୁୟାରୀରେ ଗେରାର୍ଡ ଷ୍ଟୋକ୍ସ କ୍ୟାନସର ଶିକାର ହୋଇଥିଲେ । ଏବଂ ପାଞ୍ଚ ସପ୍ତାହ ପୂର୍ବରୁ ତାଙ୍କର ଅବସ୍ଥା ବିଗିଡି ଯାଇଥିଲା । ତାଙ୍କୁ ଜୋହାନ୍ସବର୍ଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା । ପିତାଙ୍କ ଅସୁସ୍ଥତା ଯୋଗୁଁ ବେନ ଷ୍ଟୋକ୍ସ ଚଳିତ ବର୍ଷ ପ୍ରାରମ୍ଭରେ ଘରୋଇ ସିଜିନ ଛାଡି ନୁ୍ୟଜଲ୍ୟାଣ୍ଡ ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular