ଭୁବନେଶ୍ୱର: ଆକାଶ ପାଠକକୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ। ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ ଗତକାଲି ରିମାଣ୍ଡ ଅନୁମତି ଦେଇଥିଲେ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ । ପୂର୍ବରୁ ଆକାଶଙ୍କ ନାଁରେ ଟାଟା ମୋଟର୍ସ ତରଫରୁ କ୍ରାଇମବ୍ରାଞ୍ଚ ସାଇବର ସେଲରେ ଅଭିଯୋଗ ହୋଇଥିଲା। ନିଜକୁ ଟାଟା ମୋଟର୍ସ ଏମ୍ଡି ପରିଚୟ ଦେଇ, ନିଯୁକ୍ତି ନାଁରେ ଲୋକଙ୍କୁ ଠକୁଥିଲେ। ଝାରପଡା ଜେଲରୁ ନେବା ପରେ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ବାପା ଅଭୟକାନ୍ତ ପାଠକଙ୍କୁ ମଧ୍ୟରେ କୋର୍ଟରେ ହାଜର କରାଯାଇଥିଲା । ଟାଟାର ଫେକ୍ ଆଇଡି, ଫେକ୍ ଅଫିସ ଓ ଇମେଲ୍ ଆଇଡି କରି ଜାଲିଆତି କରୁଥିଲେ ଆକାଶ। ଏ ନେଇ କ୍ରାଇମବ୍ରାଞ୍ଚ ଖୋଲତାଡ୍ ଜାରି ରହିଛି। ବ୍ରହ୍ମପୁରରେ ଯାଞ୍ଚରୁ ମିଳିଥିବା ତଥ୍ୟ ସହ ପିଏ ଡେଭିଡ୍ ପିଟରଙ୍କୁଠାରୁ ମିଳିଥିବା ସୂଚନା ଆଧାରରେ ଆକାଶଙ୍କୁ ଜେରା ହୋଇପାରେ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0