ଜାମାଇକା: ୱେଷ୍ଟଇଣ୍ଡିଜ ଦଳର ୪୧ ବର୍ଷୀୟ ବିସ୍ପୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ନିଜର ଅବସରକୁ ନେଇ ମୁହଁ ଖୋଲିଛନ୍ତି । ତାଙ୍କ କହିବା ଅନୁସାରେ, ତାଙ୍କର ଅବସରକୁ ନେଇ ବର୍ତ୍ତମାନ କୌଣସି ଯୋଜନା ନାହିଁ ବରଂ ୨୦୨୧ରେ ଭାରତ ଓ ୨୦୨୨ରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍ ଖେଳିବାକୁ ଯୋଜନା ରଖିଥିବା ଗେଲ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହା ସହ କହିଛନ୍ତି ସେ ଆଉ ୫ ବର୍ଷ କ୍ରିକେଟ୍ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି। ତେଣୁ ଅବସର ସଂପର୍କରେ ବର୍ତ୍ତମାନ କିଛି ଭାବୁ ନାହାନ୍ତି। ଭାରତ ଓ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍ ଖେଳିବା ସହ ଏଥିରେ ଭଲ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ଅଛନ୍ତି। ଶାରୀରିକ ଦୃଷ୍ଟିରୁ ସେ ବର୍ତ୍ତମାନ ସଂପୂର୍ଣ୍ଣ ଫିଟ୍ ଅଛନ୍ତି ତେଣୁ ଅବସର ଚିନ୍ତା କରିବାକୁ ତାଙ୍କ ନିକଟରେ ସମୟ ନାହିଁ ବୋଲି ଗେଲ୍ ସ୍ପଷ୍ଟ କରି ଦେଇଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0