ନାରାୟଣପାଟଣା : ଚେରମୂଳି ଔଷଧ ନ ଦେବାରୁ ଜଣେ ବଇଦକୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ଖାଲୁଆ ଗାଁରେ। ମୃତ ବଇଦଙ୍କ ନାଁ ମୁକୁନା ହବିକା। ତାଙ୍କୁ ୪୫ ବର୍ଷ ହୋଇଥିଲା।
ଅଭିଯୋଗ ଅନୁଯାୟୀ, ଗାଁର ସୁଭାଷ ସିରିକାଙ୍କ ବାପାଙ୍କ ଦେହ ଅସୁସ୍ଥ ହୋଇଥିଲା। ବାପାଙ୍କ ପାଇଁ ଔଷଧ ଆଣିବାକୁ ମୁକୁନା ହବିକାଙ୍କ ନିକଟକୁ ଯାଇଥିଲେ ସୁଭାଷ। ହେଲେ ମୁକୁନା ତାଙ୍କୁ ଔଷଧ ଦେବାକୁ ମନା କରି ଦେଇଥିଲେ। ଏହା ପରେ ସୁଭାଷ ଓ ଗାଁର ଆଉ ପାଞ୍ଚ ଛଅ ଜଣ ଲୋକମିଶି ମୁକୁନାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ସେମାନେ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଫଳରେ ଘଟଣାସ୍ଥଳରେ ମୁକୁନାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ମୃତଦେହକୁ ଘରେ ରଖି ଦେଇ ଅଭିଯୁକ୍ତମାନେ ଚାଲି ଯାଇଥିଲେ। ମୃତ ମୁକୁନାଙ୍କ ପୁଅ ଘଟଣା ସହପର୍କରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ କରାଇଛି।
ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଅନ୍ୟମାନଙ୍କୁ ଖୋଜୁଛି। କୋରପୁଟରୁ ଏକ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରିଛନ୍ତି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0