ମାଲକାନଗିରି: ଲଗାଣ ବର୍ଷାରେ ମାଲକାନଗିରିର ସ୍ଥିତି ଅସମ୍ଭାଳ ହୋଇପଡିଲାଣି । ପ୍ରବଳ ବର୍ଷା ଯୋଗୁଁ ମୋଟୁର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ଗୋଦାବରୀ ନଦୀ ଫୁଲି ରହୁଥିବାରୁ ଜଳ ନିଷ୍କାସନ ହୋଇ ପାରୁନାହିଁ । ଛତିଶଗଡର ଝପ୍ରା ପୋଲ ଉପରେ ୪ଫୁଟର ପାଣି ପ୍ରବାହିତ ହେଉଥିବା ଯୋଗୁ ଛତିଶଗଡକୁ ଯୋଗାଯୋଗ ବିଛିନ୍ନ ହୋଇଛି । କନ୍ୟାଶ୍ରମ ପୋଲ ଉପରେ ୪ଫୁଟର ପାଣି ଚାଲୁଥିବାରୁ କାଲିମେଳା-ପଡିଆକୁ ଯୋଗାଯୋଗ ବିଛିନ୍ନ ହୋଇଛି । ସେହିପରି ପୋଟେରୁ, କାଙ୍କରକୋଣ୍ଡା , ଏମଭି-୯୦ କୁ ଯିବା ପୋଲ ଉପରେ ପାଣି ଚାଲୁଛି । ଯାହା ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0