spot_img

ରାଜ୍ୟ ଓ ଜିଲ୍ଲା ପ୍ରଶାସନର କୋହଳ ମନୋଭାବକୁ ସମାଲୋଚନା

କେନ୍ଦୁଝର ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢି ଚ଼ାଲିଥିବାବେଳେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ର କୋହଳ ମନୋଭାବ କୁ ସମାଲୋଚନା କଲେ କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ । ଏହି ପରିପ୍ରେକ୍ଷୀରେ ବିଜେପି ସଦର ବିଧାୟକ ତ଼ଥା ବିରୋଧି ଦଳର ମୁଖ୍ୟ ସଚ଼େତ଼କ ମୋହନ ଚ଼ରଣ ମାଝୀ ଜିଲ୍ଲା ବିଜେପି କାର୍ୟ୍ୟାଳୟରେ ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ଗୁରୁତ଼୍ବପୂର୍ଣ୍ଣ ଆଲୋଚ଼ନା କରିଥିଲେ । କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢି ଚ଼ାଲୁଥିଲେ ସୁଧା ରାଙ୍କି ସ୍ଥିତ଼ କୋଭିଡ଼ ହସ୍ପିଟାଲ ଓ ଗମ୍ବାରିଆ ସମେତ଼ ଅନେକ କୋଭିଡ କେୟାର ସେଣ୍ଟର ଗୁଡ଼ିକ ବନ୍ଦ ପଡ଼ିଛି । ଯାହା ଫଳରେ କରୋନା ରୋଗୀ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି । ଯଥାଶିଘ୍ର ଏହାକୁ ଚ଼ାଲୁ କରିବାକୁ ଶ୍ରୀ ମାଝି ପ୍ରଶାସନକୁ ଅବଗତ଼ କରାଇଛନ୍ତି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular