ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଜିଲୁଣ୍ଡି ଗ୍ରାମରେ ମା ଦଣ୍ଡକାଳୀ ଙ୍କ ମେରୁ ଯାତ୍ରା କୋଭିଡ କଟକଣା ଅନୁସାରେ ଆଜି ସମାପ୍ତ ହେବାକୁ ଯାଉଛି । ୧୬ ଦିନ ପୂର୍ବରୁ ଆରମ୍ଭ ହୋଇଥିବା ଦଣ୍ଡ ଯାତ୍ରା ଆଜି ଶେଷ ହୋଇଛି। ଏହି ଦିନରେ ଦଣ୍ଡୁଆ ମାନେ ଗେରୁଆ ବସ୍ତ୍ର ଧାରଣ କରି ନିଜ ଦେହକୁ କଷ୍ଟ ଦେଇ ମାନସିକ ପୂରଣ କରୁଥିଲେ। କେତେ ବେଳେ ଧୂଳିରେ ଗଡି ତ ଆଉ କେତେ ବେଳେ ଜଳରେ ବୁଡି ଓ କେତେବେଳେ ଅଗ୍ନିରେ ନିଜ ଦେହକୁ କଷ୍ଟ ଦେଉଥିଲେ । ଆଜି ମା ଦଣ୍ଡ କାଳୀଙ୍କ ମେରୁ ଯାତ୍ରା ସାମପ୍ତ ଘଟିଛି। କଭିଡ଼ – ୧୯ ସମସ୍ତ ନିୟମ ମାନି ଯିଲୁଣ୍ଡି ମେରୁ ଯାତ୍ରା ଶେଷ ଘଟିଛି। ଯେମିତି ସଂକ୍ରମଣ ର ଭୟ ନ ହେବ ତାହାକୁ ଦୁଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଜୋର ଦାର ଚେକିଂ ଜାରି ରହିଛି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0