spot_img

ଧାନ ବିଲରେ ଥିଲା କୁମ୍ଭୀର, ଉଦ୍ଧାର କଲା ବନ ବିଭାଗ

ସାନଖେମୁଣ୍ଡି : ଧାନ ବିଲରେ ଲୁଛିଥିଲା କୁମ୍ଭୀର । ଏହାକୁ ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଶେଷରେ କୁମ୍ଭୀରକୁ ଉଦ୍ଧାର କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ସାନଖେମୁଣ୍ଡି ଅଞ୍ଚଳରେ । ସୂଚନାନୁସାରେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତଲାସିଙ୍ଗି ଗ୍ରାମରେ ଅନେକ ଧାନ ବିଲରେ ପାଣି ଭରି ରହିଛି। ତେବେ ଏକ ଧାନ ବିଲରେ ଆଜି କିଛି ଲୋକ ଏକ କୁମ୍ଭୀରକୁ ଦେଖିଥିଲେ । ଏନେଇ ଗାଁ ସାରା ଆତଙ୍କ ଖେଳି ଯାଇଥିଲା । ପରେ ଏହି ଖବର ଦ୍ରୁତ ଗତିରେ ବ୍ୟାପି ଯାଇଥିଲା । ବନ ବିଭାଗକୁ ମଧ୍ୟ କୁମ୍ଭୀର ଥିବା ନେଇ ଖବର ଦିଆଗଲା । ଖବର ପାଇବା ପରେ ବନ ବିଭାଗ ଆସି କୁମ୍ଭୀରକୁ ଉଦ୍ଧାର କରିଥିଲା । ତେବେ କୁମ୍ଭୀରଟି ନିକଟରେ ଥିବା କୌଣସି ନାଳ କିମ୍ବା ନଦୀରୁ ବିଲକୁ ପସି ଆସିଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular