spot_img

ନୂଆ ବର୍ଷ ପାଇଁ ଗୋଆରେ ଜମୁଛି ପର୍ଯ୍ୟଟକଙ୍କ ଭିଡ

ଗୋଆ : ଗୋଆରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ନୂଆ ବର୍ଷ ପାଳନ ପାଇଁ ସାରା ଦେଶରୁ ଲୋକଙ୍କ ଭିଡ ଜମିଛି ଗୋଆରେ । ସମୁଦ୍ର ତଟରେ ସମୟ ବିତାଇବା ସହ ନୂଆ ସକାଳର ସୂର୍ୟ୍ୟକୁ ସ୍ୱାଗତ କରିବା ପାଇଁ ଏକାଠି ହୋଇଛନ୍ତି ପର୍ୟ୍ୟଟକ । ୨୦୨୦ରେ କରୋନା କଟକଣା ଯୋଗୁଁ ପର୍ୟ୍ୟଟନ କ୍ଷେତ୍ର ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏବେ ପର୍ୟ୍ୟଟନସ୍ଥଳୀ ଗୁଡିକରେ ପର୍ୟ୍ୟଟକଙ୍କ ଭିଡ ଜମିବାରେ ଲାଗିଛି । ପ୍ରକୃତିର ମଜା ନେବା ସହ ନୂଆ ବର୍ଷ ସ୍ୱାଗତରେ ବିଭୋର ହୋଇଛନ୍ତି ପର୍ୟ୍ୟଟକ । କୋଭିଡ ମହାମାରୀ ଯୋଗୁଁ କଟକଣା ଲାଗିଥିବା ଯୋଗୁଁ ଗୋଆରେ ପର୍ୟ୍ୟଟନ କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଥିଲା । ଏବେ କଟକଣା କିଛିଟା କୋହଳ ହେବା ପରେ ଗତ କିଛି ସପ୍ତାହ ଧରି ଏଠାରେ ପର୍ୟ୍ୟଟକଙ୍କ ଭିଡ ଜମିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular