ସାଉଥ୍ ସୁପରଷ୍ଟାର୍ ପ୍ରଭାସ ପ୍ରଶଂସକମାନଙ୍କୁ ବିଶେଷ ଉପହାର ଦେଇ ୨୦୨୧ ବର୍ଷ ଆରମ୍ଭ କରିଛନ୍ତି । ଅଭିନେତା ଚଳଚ୍ଚିତ୍ର ‘ରାଧେ ଶ୍ୟାମ’ର ପୋଷ୍ଟରଗୁଡିକ ଖୁବ୍ କମ୍ ସମୟ ମଧ୍ୟରେ ସର୍ବାଧିକ ଦୃଶ୍ୟ ସହିତ ଇତିହାସ ସୃଷ୍ଟି କରିଛି । ସର୍ବଭାରତୀୟ ସ୍ତରରେ, ପ୍ରଭାସଙ୍କ ପ୍ରଶଂସକମାନଙ୍କ ଦୀର୍ଘ ସମୟ ଅପେକ୍ଷାର ଅନ୍ତ ଘଟିଛି । ଏହି ଫିଲ୍ମରେ ଏକ ରୋମାଣ୍ଟିକ ଭୂମିକାରେ ନଜର ଆସିବେ ପ୍ରଭାସ । ଫିଲ୍ମର ପୋଷ୍ଟର ଗୁଡିକ ଖୁବ ସୁନ୍ଦର ଓ ଆକର୍ଷଣୀୟ ହୋଇଛି । ନୂଆ ବର୍ଷ ଅବସରରେ ଫିଲ୍ମର ପୋଷ୍ଟର ସେୟାର ହୋଇଛି ।
‘ରାଧେଶ୍ୟାମ୍’ ହେଉଛି ଏକ ରୋମାଣ୍ଟିକ୍-ଡ୍ରାମା ଫିଲ୍ମ । ଏହା ୨୦୨୧ ମସିହା ପ୍ରଥମାର୍ଦ୍ଧରେ ରିଲିଜ ହେବାକୁ ଯାଉଛି । ହୃଦୟକୁ ପ୍ରହାର କରୁଥିବା ପ୍ରଭାସ ଏବଂ ସବୁବେଳେ ହସୁଥିବା ପୂଜା ହେଗଡେଙ୍କ କେମେଷ୍ଟ୍ରିକୁ ଦର୍ଶକ ଖୁବ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ପଡ୍ୟୁସର କମ୍ପାନୀ ।
ପୋଷ୍ଟର ସେୟାର କରିବାବେଳେ ପ୍ରଭାସ କ୍ୟାପସନରେ ଲେଖିଛନ୍ତି – ମୋର ସମସ୍ତ ପ୍ରିୟ ପ୍ରଶଂସକଙ୍କୁ 2021 ବର୍ଷ ପାଇଁ ଅନେକ ଅନେକ ଶୁଭେଚ୍ଛା | ଆପଣ ସମସ୍ତେ ଖୁସି ଏବଂ ସୁସ୍ଥ ହୁଅନ୍ତୁ | ମୁଁ ଆପଣଙ୍କୁ କହିବି ଯେ ‘ରାଧେଶ୍ୟାମ୍’ ବହୁଭାଷୀ ଚଳଚ୍ଚିତ୍ର ହେବ ଏବଂ ଗୁଲଶାନ କୁମାରଙ୍କ ଟି-ସିରିଜ୍ ଦ୍ୱାରା ଉପସ୍ଥାପିତ ରାଧା କୃଷ୍ଣ, ଭୂଷଣ କୁମାର, ଭାମସି ଏବଂ ପ୍ରମୋଦ ଦ୍ୱାରା ନିର୍ମିତ ହେବ। ଫିଲ୍ମ ବିଷୟରେ ଅଧିକ କିଛି ଜଣା ପଡିନାହିଁ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0