ମୁମ୍ବାଇ: ନିଜର ବିବେକି ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହୁଥିବା କଙ୍ଗନା ରଣାୱତ ବର୍ତ୍ତମାନ ଚାଷୀ ଆନେ୍ଦାଳନରେ ମୁହଁଖୋଲି ଚର୍ଚ୍ଚାରେ । କଙ୍ଗନାଙ୍କ ଷ୍ଟାଣ୍ଡ ଲଗାତାର ସରକାରଙ୍କ ଆଡ଼କୁ ନରମ ଏବଂ ବିରୋଧ କରୁଥିବା ଚାଷୀଙ୍କ ଆଡ଼କୁ କଡ଼ା ରହିଛି। ଏବେ କଙ୍ଗନା ପୁଣି ଥରେ ଦିଲଜିତ ଦୋସାଞ୍ଝଙ୍କୁ ଟ୍ବିଟରରେ ଟାର୍ଗେଟ୍ କରିବାକୁ ଉଦ୍ୟମ କରିଛନ୍ତି। ଏହା ପୂର୍ବରୁ ଚାଷୀ ଆନ୍ଦୋଳନରେ ଏକ ଫେକ୍ ଟ୍ବିଟକୁ ନେଇ କଙ୍ଗନା ଏବଂ ଦିଲଜିତଙ୍କ ମଧ୍ୟରେ ବିବାଦ ହୋଇ ସାରିଛି। କଙ୍ଗନା ଟ୍ୱିଟ କରି କହିଛନ୍ତି, ‘ପ୍ରିୟ ଦିଲଜିତ ଦୋସାଞ୍ଝ ଏବଂ ପ୍ରିୟଙ୍କା ଚୋପ୍ରା ଯଦି ସତରେ ଚାଷୀଙ୍କ ଚିନ୍ତା ହେଉଛି ,ଯଦି ସତରେ ମାଆଙ୍କ ଆଦର ଏବଂ ସମ୍ମାନ କରୁଛନ୍ତି ତେବେ ଶୁଣି ତ ନିଅନ୍ତୁ ପ୍ରକୃତରେ ଚାଷୀ ବିଲ୍ କ’ଣ? ନା କେବଳ ନିଜ ମା,ଭଉଣୀ ଏବଂ ଚାଷୀଙ୍କୁ ବ୍ୟବହାର କରି ଦେଶଦ୍ରୋହୀଙ୍କ ଗୁଡ ବୁକ୍ସରେ ଆସିବାକୁ ଚାହୁଁଛନ୍ତି? ବାଃ ରେ ଦୁନିଆ ବାଃ।’
Problem is not just them but each and every individual who supports them and opposes #FarmersBill_2020 they are all aware how important this bill is for farmers still they provoke innocent farmers to incite violence, hatred and Bharat Band for their petty gains ( cont) https://t.co/JW2qU1LM0H
— Kangana Ranaut (@KanganaTeam) December 11, 2020



Visitors Today : 0
Total Visitors : 130175
Total Views : 9891622
Visitors Online Now : 0