spot_img

ହିଞ୍ଜିଳିକାଟୁ: ବାଲୁଙ୍କେଶ୍ୱର ଶିବ ମନ୍ଦିରରୁ ଚୋରି

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଦୟାପଲ୍ଲୀ ଗ୍ରାମରେ ଥିବା ବାଲୁଙ୍କେଶ୍ଵର ମନ୍ଦିରରୁ ଚୋରି ହୋଇଯାଇଛି । ଦୁର୍ବୃତ୍ତମାନେ ମନ୍ଦିରର ହୁଣ୍ତି ବାକ୍ସକୁ ଉଠାଇ ନେଇ ସେଥିରେ ଥିବା ଟଙ୍କା ସମେତ ସୁନା ଅଳଙ୍କାର ନେଇ ଯାଇଥିବ ଜଣାଯାଇଛି । ସକାଳେ ମନ୍ଦିର ଠାରୁ କିଛି ଦୂରରେ ହୁଣ୍ତି ବାକ୍ସଟି ପଡିଥିବା ଦେଖିବାକୁ ମିଳିଥିଲା । ଏହି ନେଇ ହିଞ୍ଜିଳିକାଟୁ ପୋଲିସ ଥାନାରେ ଗାଁ ପରିଚାଳନା କମିଟିର ସଭାପତି କେ.ବାସୁଦେବ ଅଭିଯୋଗ କରିଛନ୍ତି । ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ କମ୍ ସମୟରେ ଅପରାଧ ନିୟନ୍ତ୍ରଣ କରିବା ବୋଲି ପୋଲିସ ସୂତ୍ରରୁ ମିଳିଥିବା ସୂଚନା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular