spot_img

ତ୍ୱଚାରେ ଦେଖା ଦେଉଥିବ ଏହି ୪ଟି ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା, ନଚେତ୍ ହୋଇପାରନ୍ତି ଗମ୍ଭୀର ରୋଗର ଶିକାର

ସ୍ୱାସ୍ଥ୍ୟ ଜନିତ ଯେକୌଣସି ସମସ୍ୟାର ପ୍ରଥମ ଲକ୍ଷଣ କ’ଣ ? ଯଦି ଆପଣଙ୍କ ପାଖରେ ପରକ୍ଷିବାର କୌଶଳ ଅଛି ତେବେ ଆପଣ ବି ଜାଣିପାରିବେ । ଚେହେରା ଦେଖି ଜଣା ପଡ଼ିଯାଏ ଆମର ସ୍ୱାସ୍ଥ୍ୟ କିପରି ଅଛି । ଏନେଇ ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ବିଷୟରେ ଜଣାଇବୁ ଯାହାକୁ ଜାଣିଲା ପରେ ଆପଣ ବିଲକୁଲ୍ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

ଆଖି କିମ୍ବା ତ୍ୱଚା ହଳଦିଆ ଦେଖାଯିବ:

eyeଆଖି କିମ୍ବା ତ୍ୱଚା ହଳଦିଆ ହେବା ଦ୍ୱାରା ଶରୀରର ରକ୍ତ କୋଷିକାରେ ସମସ୍ୟା ଦେଖା ଦେଇଥାଏ । ଯେକୌଣସି ବୟସର ବ୍ୟକ୍ତି ମାନଙ୍କୁ ହୋଇପାରେ ଏହି ରୋଗ । ସାଧାରଣତଃ ବୟସ୍କ ଓ ଛୋଟପିଲା ମାନଙ୍କୁ ଏହି ରୋଗ ଅଧିକ ସଂକ୍ରମଣ ହୋଇଥାଏ । ଯଦି ଏହି ରୋଗର ଲକ୍ଷଣ ଦେଖାଦିଏ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଶରୀରରେ ଦେଖାଯାଉଥିବା କଳାଜାଇ:

healthଶରୀରରେ କଳାଯାଇ ଦେଖାଯିବା ସାଧାରଣ କଥା । ଏହା ଦ୍ୱାରା ଶରୀରର କୌଣସି କ୍ଷତି ହୋଇନଥାଏ କିନ୍ତୁ ଶରୀରରେ ଏହାର ମାତ୍ରା ଅଧିକ ଦେଖିବାକୁ ମିଳିଲେ ଚର୍ମ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଉଚିତ ।

ଓଠ ଫାଟିବା କିମ୍ବା ଶୁଷ୍କ ହେବା :

lipsଓଠ ଫାଟିବା ଭଳି ସମସ୍ୟା କିଛି ଲୋକଙ୍କ ପାଖରେ ଦେଖାଦେଇଥାଏ । ସାଧାରଣତଃ ଓଠ ଫାଟିବା ସମସ୍ୟା ଶୀତଦିନରେ ଅଧିକ ଦେଖାଦେଇଥାଏ କିନ୍ତୁ ଅନେକ ଥର ଓଠ ଫାଟିବା ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ସଂଙ୍କେତ ଦେଇଥାଏ ।

ଆଖିପତାରେ ହଳଦିଆ ଦାଗଦେଖାଯିବା :

eye-ଶରୀରରେ କୋଲେଷ୍ଟ୍ରଲ ମାତ୍ର ଅଧିକ ହେଲେ ଏପରି ସମସ୍ୟା ଦେଖାଦେଇଥାଏ କିନ୍ତୁ ଏନେଇ ଭୟଭିତ ହୁଅନ୍ତୁ ନାହିଁ କାରଣ ଏହା ଶରୀରରେ ବିଶେଷ କ୍ଷତି କରିନଥାଏ । ଯଦି ଶରୀରରେ ଏପରି ସଙ୍କେତ ବାରମ୍ବାର ଦେଖାଯାଇଥାଏ ତେବେ ଏହାକୁ ଅଣଦେଖ ନକରି ଡ଼ାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular