ଆଇପିଏଲ-୧୩ର ସମସ୍ତ ଖେଳ ବିବରଣୀ ଆଜି ଉନ୍ମୋଚନ ହେବାକୁ ଯାଉଛି । ଆଇପିଏଲ ଆରମ୍ଭ ହେବାକୁ ଆଉ କେବଳ ଦୁଇ ସପ୍ତାହ ରହିଥିବା ବେଳେ ସମସ୍ତ ଦଳ ତାଙ୍କ ଖେଳାଳୀଙ୍କୁ ନେଇ ମ୍ୟାଚ ରଣନୀତି ପ୍ରସ୍ତୁତ କରି ସାରିଲେଣି । ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ଶନିବାର ପ୍ରଥମ ମ୍ୟାଚ ସିଏସକେ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଖେଳିବେ ବୋଲି ସମସ୍ତଙ୍କୁ ଅବଗତ କରାଇଥିଲେ । ଏଥି ସହ ବିସିସିଆଇ ମଧ୍ୟ ତାଙ୍କ କଥାରେ ସହମତି ଜଣାଇଥିଲେ । ଦୀର୍ଘ ୫୩ ଦିନ ଧରି ଆଇପିଏଲ ମ୍ୟାଚ ଦୁବାଇର ତିନୋଟି ଜାଗା ଯଥାକ୍ରମେ ସ୍ଥଳୋ-ଦୁବାଇ, ଅବୁଧାବି ଏବଂ ଶାରଜାହାରେ ହେବାର ଅଛି । ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଆଇପିଏଲ ୨୯ ମାର୍ଚ୍ଚରେ ଆରମ୍ଭ ହେବାକୁ ଧାର୍ଯ୍ୟ ହୋଇଥିଲା କିନ୍ତୁ ମହାମାରୀ କରୋନାର ଭୟାଭୟତାକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0