spot_img

କଟକରେ ଏଥର ୪ ଦିନ ହେବ ଦୁର୍ଗା ଭସାଣି !

କଟକ: କଟକ ଦୁର୍ଗାପୂଜାକୁ ନେଇ କଟକ ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, କଟକ ଡିସିପି ପ୍ରତୀକ ସିଂ ସହ ସହରର ସମସ୍ତ ଜୋନ୍ ଏ.ସି.ପି ବୈଠକରେ ଉପସ୍ଥିତ ରହିଥିଲେ । ଏହା ସହ କଟକ ମହାନଗର ଶାନ୍ତି କମିଟି ଓ ପୂଜା କମିଟିର ସଦସ୍ୟ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ।

ଦୁର୍ଗାପୂଜା ଓ ଭସାଣି ନେଇ କମିଟି ପକ୍ଷରୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଥିଲା । କୋଭିଡ଼ ନିୟମ ମାନି ଓ ପରମ୍ପରାକୁ ସମ୍ମାନ ଦେଇ ହେବ ଏଥର ଦୁର୍ଗାପୂଜା । ବିନା ଭକ୍ତରେ ଦୁର୍ଗା ପୂଜା କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି । ସହରରେ ଦୁର୍ଗା ପୂଜା ନେଇ ପ୍ରଶାସନ କମିଟି ଆଲୋଚନା ଅନୁଯାୟୀ କଟକରେ ଏଥର ଗୋଟିଏ ଦିନ ପରିବର୍ତ୍ତେ ୪ ଦିନ ହେବ ଦୁର୍ଗା ଭସାଣି । ଏନେଇ ପୂଜା କମିଟି ସଭାପତି ପ୍ରଭାତ ତ୍ରିପାଠୀଙ୍କ ସୂଚନା ଦେଇଛନ୍ତି । ଭସାଣି ନିମନ୍ତେ ସହରର ବିଭିନ୍ନ ଜାଗାରେ ସିଏମସି ପକ୍ଷରୁ କୃତ୍ରିମ ପୋଖରୀ କରାଯିବ । ସେହି ପୋଖରୀରେ ଭସାଣି ହେବ । ମୂର୍ତ୍ତି କେତେ ଉଚ୍ଚତାର କରାଯିବ, ପ୍ରଶାସନ ୩ ଦିନ ମଧ୍ୟରେ ଜଣାଇବ ବୋଲି ପୂଜା କମିଟି ସଭାପତି ପ୍ରଭାତ ତ୍ରିପାଠୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular