ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୋନା ଓ ବନ୍ୟା ସ୍ଥିତି ଅଛି । ପ୍ରାୟ ୩୭୦୦୦ରୁ ୧୬ ହଜାର ପରୀକ୍ଷାର୍ଥୀ ଭୁବନେଶ୍ୱର-କଟକରେ NEET-JEE ପରୀକ୍ଷା ଦେଇପାରନ୍ତି । ପରୀକ୍ଷାର୍ଥୀଙ୍କ ଯିବା ଆସିବା କଥା ବୁଝିବେ ରାଜ୍ୟ ସରକାର । ଆବଶ୍ୟକ ହେଲେ ମାଗଣାରେ ସେଣ୍ଟରରେ ପହଁଚାଇବା ସହ ରହଣି ବ୍ୟବସ୍ଥା ବି ବୁଝିବେ । ଜିଲ୍ଲା ପ୍ରଶାସନ, ପୋଲିସ ଓ ପରିବହନ ସଚିବଙ୍କୁ ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷାର୍ଥୀମାନଙ୍କୁ ନୋଡାଲ ସେଣ୍ଟର ପ୍ରିନ୍ସିପାଲଙ୍କ ନମ୍ବର ଦିଆଯାଇଛି । ପ୍ରିନ୍ସିପାଲଙ୍କୁ ଯୋଗାଯୋଗ କରିବେ ପରୀକ୍ଷାର୍ଥୀ । ଅଗଷ୍ଟ ୩୧ ମଧ୍ୟାହ୍ନ ୧୨ଟା ଭିତରେ ପ୍ରିନ୍ସିପାଲଙ୍କୁ ଜଣାଇବେ ପରୀକ୍ଷାର୍ଥୀ। ଯାହା ଫଳରେ ସରକାରଙ୍କୁ ସବୁ ସହଯୋଗ କରାଇବାରେ ସହଜ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଏସଏମଡି ସଚିବ ସଞ୍ଜୟ ସିଂ କହିଛନ୍ତି ଯେ, ଜେଇଇ ମେନ୍ ୧ରୁ ୬ ସେପ୍ଟେମ୍ବରରେ ହେବ । ଏଥିପାଇଁ ୭ଟି ସହରରେ ୨୬ଟି ସେଣ୍ଟର ହୋଇଛି ।ଏହି ସମୟରେ ପରୀକ୍ଷାର୍ଥୀଙ୍କ ଗମନାଗମନ ଉପରେ କୌଣସି କଟକଣା ରହିବ ନାହିଁ । ପ୍ରତ୍ୟେକ ଜିଲ୍ଲାର ଗୋଟିଏ ଲେଖାଏଁ ଆଇଆଇଟିକୁ ନୋଡାଲ ସେଣ୍ଟର ଭାବେ ଘୋଷଣା କରାଯାଇଛି । ଏହି ନୋଡାଲ ସେଣ୍ଟର ଦାୟିତ୍ୱରେ ଥିବା ଅଧିକାରୀଙ୍କ ନମ୍ବର ଜାରି କରାଯିବ । କୌଣସି ଅସୁବିଧା ହେଲେ ପରୀକ୍ଷାର୍ଥୀମାନେ ଏହି ନୋଡାଲ ସେଣ୍ଟରକୁ କଲ୍ କରି ଜଣାଇପାରିବେ । ଏହାପରେ ସରକାର ପଦକ୍ଷେପ ଗ୍ରହଣ କରିବେ । ସରକାରୀ ଓ ବେସରକାରୀ କଲେଜର ହଷ୍ଟେଲକୁ ପରୀକ୍ଷାର୍ଥୀମାନଙ୍କ ପାଇଁ ଖୋଲି ଦିଆଯାଇଛି । ପରୀକ୍ଷାର୍ଥୀଙ୍କୁ ସଦର ମହକୁମାରୁ ପରୀକ୍ଷା କେନ୍ଦ୍ରକୁ ନେବାଆଣିବା ଓ ଫେରିବା ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି । ଯେପରି କୌଣସି ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ନରୁହନ୍ତୁ । ନିଟ୍ ପରୀକ୍ଷା ପାଇଁ ମଧ୍ୟ ସମାନ ବ୍ୟବସ୍ଥା ଗ୍ରହଣ କରାଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0