spot_img

କଟକ IIFL ଲୁଟ ଘଟଣାର ପର୍ଦ୍ଦାଫାସ

କଟକ: କଟକ ନୟାସଡ଼କସ୍ଥିତ ଆଇଆଇଏଫଏଲ ଳୁଟ ଘଟଣାର ପର୍ଦ୍ଦଫାସ । ଉକ୍ତ ଅଫିସର କର୍ମଚାରୀ ଲାଲା ଅମ୍ରିତ ରାୟ ହେଉଛନ୍ତି ଘଟଣାର ମାଷ୍ଟରମାଇଣ୍ଡ । ସେ ନିଜ ଭାଇ ଓ ସାଙ୍ଗଙ୍କ ସହ ମିଶି ଏହି ଡ଼କାୟତିର ଯୋଜନା କରିଥିଲେ । ଏନେଇ ଆଜି ପ୍ରେସମିଟ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଶୁଂ ଷଡ଼ଙ୍ଗୀ । ଏହି ଘଟଣାରେ ପୋଲିସ ୪ଜଣଙ୍କୁ ଅଟକ ରଖିଥିବା ବେଳେ ତାଙ୍କ ଠାରୁ ୨ କେଜି ସୁନା ଓ ୨ଟି ବାଇକ ଜବତ କରିଛି । କମିଶନରଙ୍କ କହିବା ଅନୁଯାୟୀ ମାଷ୍ଟରମାଇଣ୍ଡ ନିଜେ ହଡ଼ପ କରିଥିବା ସୁନାକୁ ଲୁଟ ହୋଇଥିବା ଦର୍ଶାଇ ଡ଼କାୟତିର ଡ୍ରାମା ରଚିଥିଲେ । ଏନେଇ ସେ ପୂର୍ବରୁ ନିଜ ବଡ଼ଭାଇ ଓ ସାଙ୍ଗଙ୍କ ଜରିଆରେ ବ୍ଲୁ ପ୍ରିଣ୍ଟପ୍ରସ୍ତୁତ କରିଥିଲେ । ପ୍ଲାନ ମୁତାବକ ଗତ ୧୯ ତାରିଖରେ ସକାଳ ସମୟରେ ଅମ୍ରିତଙ୍କ ୪ ସାଙ୍ଗ ପଶି ଲୁଟ କରିଥିଲେ । ସେ ପୂର୍ବରୁ କିଛି ବନ୍ଧକ ସୁନା ହଡ଼ପ କରିଥିଲେ । ହେଲେ ଅଡ଼ିଟରେ ଧରାପଡ଼ିଯିବା ଆଶଙ୍କାରେ ଲୁଟ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular