ଭୁବନେଶ୍ୱର : ନୟାଗଡ଼ର ‘ପରୀ’ ମୃତ୍ୟୁ ପ୍ରସଙ୍ଗରେ ବିରୋଧୀ ବିଜେପି ଓ କଂଗ୍ରେସ ଗୃହ ରାଷ୍ଟ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। ହୋ-ହଲ୍ଲା ଭିତରେ ଆସନ୍ତାକାଲି ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତି ଦେବାକୁ ବାଚସ୍ପତି ରୁଲିଂ ଦେଇଥିଲେ। ବିରୋଧୀ ଦଳମାନେ ପଚାରିଥିବା ୪ଟି ପ୍ରସଙ୍ଗରେ ବିବୃତି ଦେବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି। ନୟାଗଡ଼ରେ ୫ ବର୍ଷର ଝିଅ ‘ପରୀ’ର ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ। ମୃତ ନାବାଳିକାର ବାପା-ମା’ ମନ୍ତ୍ରୀଙ୍କ ବିରୋଧରେ ଆଣିଛନ୍ତି ଅଭିଯୋଗ। ବିଧାନସଭାର ସୁରକ୍ଷା ବଳୟ ଡେଇ ବାପା-ମାଆ ଦେହରେ ଡିଜେଲ୍ ଢାଳି ଆତ୍ମାହୂତି ଉଦ୍ୟମ କରିଥିଲେ। ଏହି ଘଟଣା ପ୍ରକାଶ ପାଇବା ପରେ ଆଜି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସେ କହିଥିଲେ-“ଜଣେ ମନ୍ତ୍ରୀଙ୍କ ଲୋକ ମାରିଥିବା ପରିବାର ଲୋକ କହୁଛନ୍ତି। ହତ୍ୟା ପଛରେ ମନ୍ତ୍ରୀଙ୍କ ହାତ ରହିଛି। ମନ୍ତ୍ରୀଙ୍କ କ’ଣ ସଂପୃକ୍ତି ରହିଛି? ତାହା ଉପରେ ଗୃହରାଷ୍ଟ୍ର ମନ୍ତ୍ରୀ ଉତ୍ତର ରଖନ୍ତୁ। ଏହାଛଡ଼ା ଘଟଣା ସଂପର୍କରେ ଗୃହରେ ମୁଖ୍ୟମନ୍ତ୍ରୀମ ମଧ୍ୟ ଉତ୍ତର ରଖନ୍ତୁ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0