କଟକ: କଟକର ବଡ଼ ମେଡିକାଲର ସମ୍ପ୍ରସାରଣ ପାଇଁ ଭଙ୍ଗାଯିବ ସ୍କୁଲ । ଏଥିପାଇଁ ଏସ୍ସିବି ମେଡିକାଲ ପବ୍ଲିକ ସ୍କୁଲକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଡିଏଭି ସ୍କୁଲକୁ ସ୍ଥାନାନ୍ତର କରିବାକୁ ସ୍କୁଲ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି।ତେବେ ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସ୍କୁଲ ସାମ୍ନାରେ ଏକତ୍ରିତ ହୋଇ ଅଭିଭାବକମାନେ ମ୍ୟାନେଜମେଣ୍ଟର ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି। ଅଭିଭାବକମାନେ କହିଛନ୍ତି, ସ୍କୁଲ ଭଙ୍ଗାଯାଇ ପିଲାଙ୍କୁ ଡିଏଭି ସ୍କୁଲକୁ ସ୍ଥାନାନ୍ତର କରାଗଲେ, ସେମାନଙ୍କୁ ବହୁ ଅସୁବିଧା ହେବ। ସ୍କୁଲ ପାଇଁ ଅଧିକ ଫି ଦେବାକୁ ମଧ୍ୟ ପଡ଼ିବ। ତା ଛଡ଼ା ସ୍କୁଲକୁ ଭାଙ୍ଗିବା ଓ ପିଲାଙ୍କୁ ସ୍ଥାନାନ୍ତର କରାଯିବା ନେଇ ଅଭିଭାବକଙ୍କ ସହିତ କୌଣସି ପ୍ରକାର ଆଲୋଚନା ମଧ୍ୟ ହୋଇ ନାହିଁ ।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0