ନୂଆଦିଲ୍ଲୀ: ଏସ.ବି.ଆଇ. ନିଜର ୪୨ କୋଟି ଗ୍ରାହକଙ୍କୁ ସତର୍କବାଣୀ କରିଛି । ଦିନକୁ ଦିନ ଦେଶରେ ବ୍ୟାଙ୍କ ଠକେଇ ମାମଲା ବୃଦ୍ଧି ପାଉଛି । ସାଇବର ଠକେଇ କରୁଥିବା ଲୋକମାନେ ନୂଆ ଉପାୟରେ ଲୋକମାନଙ୍କଠାରୁ ଟଙ୍କା ଲୁଟ କରୁଛନ୍ତି l ତେଣୁ ଏହାକୁ ନଜରରେ ରଖି ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକଙ୍କୁ ଏ ବିଷୟରେ ସଚେତନ କରାଇଛି। ଯଦି ଆପଣଙ୍କର ଷ୍ଟେଟ ବ୍ୟାଙ୍କରେ ଆକାଉଣ୍ଟ ଅଛି, ତେବେ ସତର୍କ ରୁହନ୍ତୁ l
ଏହି କ୍ରମରେ ବ୍ୟାଙ୍କ ଏକ ଟୁଇଟ୍ ଜାରି କରି ଏହାର ଲକ୍ଷ ଲକ୍ଷ ଗ୍ରାହକଙ୍କୁ ସତର୍କ ରହିବାକୁ ନିବେଦନ କରିଛି। ଏସ.ବି.ଆଇ ଏହା ମଧ୍ୟ କହିଛି ଯେ, ଏହା ଗ୍ରାହକଙ୍କୁ ଏପରି କୌଣସି ମେଲ ପଠାଉ ନାହିଁ । ଏସବିଆଇ ଏହାର ଲକ୍ଷ ଲକ୍ଷ ଗ୍ରାହକଙ୍କୁ ସତର୍କ କରାଇ ଦେଇଛି ଯେ ଆମ ଗ୍ରାହକଙ୍କୁ ନକଲି ଇ-ମେଲ ପଠାଯାଉଛି। ଏସ.ବି.ଆଇ ଏହି ଇ-ମେଲଗୁଡିକ ସହିତ ଜଡିତ ନୁହେଁ l ଏହି କ୍ଷେତ୍ରରେ, ଆପଣ ଇ-ମେଲ୍ ଖୋଲିବା ଠାରୁ ଦୂରେଇ ରହିବା ଉଚିତ୍ l ଏସବିଆଇ କହିଛି, ସୋସିଆଲ ମିଡିଆରେ ଗ୍ରାହକଙ୍କୁ ସଜାଗ ରହିବାକୁ ଅନୁରୋଧ କରାଯାଇଛି ଏବଂ କୌଣସି ବିଭ୍ରାନ୍ତିକର ଏବଂ ନକଲି ବାର୍ତ୍ତାକୁ ବିଶ୍ୱାସ ନ କରିବା ନେଇ ପରାମର୍ଶ ଦିଆଯାଇଛି । ଏଥିପ୍ରତି ଯଦି ଗ୍ରାହକ ମାନେ ସତର୍କ ରହିବେ ତେବେ ସେମାନେ ସେମାନଙ୍କ ବ୍ୟାଙ୍କେ ଆକାଉଣ୍ଟ ହ୍ୟାକ୍ରୁ ସୁରକ୍ଷିତ ରହିପାରିବେ ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0