କଟକ ୧୨।୦୭: କଟକ ଜିଲ୍ଲାର ଖୁଣ୍ଟୁଣି ଥାନା ଅନ୍ତର୍ଗତ ମୁଶୁଳିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବଡ଼ ପୁଅର ଛୁରା ମାଡ଼ରେ ବାପାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସାନଭାଇ ଗୁରୁତର ହୋଇ ପଡ଼ିଛନ୍ତି। ସାନଭାଇକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ଏହି ଘଟଣାରେ ବଡ଼ପୁଅକୁ ଗିରଫ କରିବା ସହ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ସାନ ପୁଅର ଅବସ୍ଥା ଗୁରୁତର ଥିବା କୁହାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଖୁଣ୍ଟୁଣି ଥାନା ଅନ୍ତର୍ଗତ ମୁଶୁଳିଆ ଗାଁର ନାଥ ପୁର୍ତୀ(୬୦)ଙ୍କ ସହ ବଡ଼ପୁଅ ମନୋଜ(୩୫) ସହ ଅନେକ ସମୟରେ ଝଗଡ଼ା ହୁଏ। ଗତକାଲି ରାତିରେ ବି କଳି ହୋଇଥିଲା। ଘରେ ସାନ ପୁଅ ଯୋଗେଶ୍ବର(୩୦) ଓ ବାପା ଏକାଠି ରହୁଥିବା ବେଳେ ମନୋଜ ସେମାନଙ୍କଠାରୁ ଅଲଗା ରହୁଥିଲେ। ଗତକାଲି କଳି ହେବା ପରେ ନାଥ ପୁର୍ତୀ ଓ ସାନପୁଅ ଯୋଗେଶ୍ବର ଗାଁ ମୁରବିଙ୍କୁ ଜଣାଇବାକୁ ଯାଇଥିଲେ । ଉଭୟେ ଘରକୁ ଫେରିବା ମାତ୍ରେ ମନୋଜ ବାପାଙ୍କୁ ଛୁରି ମାଡ଼ କରିଥିଲେ। ବାପାଙ୍କୁ ରକ୍ଷା କରିବାକୁ ଯାଇ ବି ଛୁରା ମାଡ଼ରେ ଶିକାର ହୋଇଥିଲେ। ଏହାଫଳରେ ଘଟଣା ସ୍ଥଳରେ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ସାନ ପୁଅ ଯୋଗେଶ୍ବର ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏଣେ ଖବର ପାଇ ଘରୁ ବଡ଼ ପୁଅ ମନୋଜକୁ ଗିରଫ କରିବା ସହ ଖୁଣ୍ଟୁଣି ଥାନା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।



Visitors Today : 8
Total Visitors : 130581
Total Views : 9892137
Visitors Online Now : 1