କଟକ: ସାରା ଦେଶରେ ଏବେ କୃଷକ ଆନ୍ଦୋଳନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦିଲ୍ଲୀ ଦରବାରରେ କୃଷକମାନେ ୧୮ ଦିନ ଧରି ଖରା ଶୀତ କାକର ଖାଇ ଆନ୍ଦୋଳନ କରୁଥିବା ବେଳେ ଏହା ଏବେ ବିଭିନ୍ନ ରାଜ୍ୟକୁ ବ୍ୟପିବାରେ ଲାଗିଛି ।
ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହି କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ କଟକରେ ଶୋଭାଯାତ୍ରାର ଆୟୋଜନ କରିଛନ୍ତି ଶିଖ୍ ସଂପ୍ରଦାୟ । ଶିଖ ସଂଗତ ପୂଜା କମିଟି ପକ୍ଷରୁ ଏହି ନୂଆ କୃଷି ଆଇନର ପ୍ରତ୍ୟାହାର ଦାବି କରାଯାଇଛି । ଏହି ଶୋଭାଯାତ୍ରାରେ ଶହ ଶହ ପୁରୁଷ ଓ ମହିଳା ସାମିଲ ହୋଇଛନ୍ତି । କୃଷକ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0